ହେଡଲାଇନସ୍:

ମରଣ ଯନ୍ତା ପଲଟିଛି ବିଜୁ ଏକ୍ସପ୍ରେସ ୱେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଘୋଡ଼ ନିଦ୍ରାରେ ପୂର୍ତ୍ତି ବିଭାଗ, ହେଉଛି ବାରମ୍ବାର ଦୁର୍ଘଟଣା

ବରଗଡ :- ବିଜୁ ଏକ୍ସପ୍ରେସ ୱେ କୁ ପଶ୍ଚିମ ଓଡିଶା ର ଲାଇଫ ଲାଇନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପଶ୍ଚିମ ଓଡିଶାକୁ ଅଧିକ ସମୃଦ୍ଧ ଓ ଗମନାଗମନ ର ଏ ପ୍ରସସ୍ଥ ମାର୍ଗ ପ୍ରଦାନ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଏହା ଥିଲା ଏକ ଲୋକାଭିମୁଖୀ ସଫଳ ପ୍ରକଳ୍ପ । ଆଜି ପଶ୍ଚିମ ଓଡିଶା ର ଅନେକ ଅଞ୍ଚଳ ଏହି ପ୍ରକଳ୍ପ ରୁ ଲାଭବାନ ଯେଉଛନ୍ତି ଓ ଆଗକୁ ମଧ୍ୟ ହେବେ ଏଥିରେ ସନ୍ଦେହ ନାହିଁ । କିନ୍ତୁ ସଠିକ ରକ୍ଷଣାବେକ୍ଷଣ ର ଅଭାବ ରୁ ବର୍ତ୍ତମାନ ବିଜୁ ଏକ୍ସପ୍ରେସ ୱେ ର ପାଇକମାଲ ରୁ ନୂଆପଡା ଭାଗଟି ସମ୍ପୂର୍ଣ୍ଣ ବେକାର ହୋଇ, ଏହା ବର୍ତ୍ତମାନ ମରଣ ଯନ୍ତା ପାଲଟି ଯାଇଛି । ମୂଖ୍ୟତଃ ପାଇକମାଲ ଆରମ୍ଭରୁ ମାଣ୍ଡୋସିଲ ଗ୍ରାମ ପର୍ଯ୍ଯନ୍ତ ରାସ୍ତାର ଅନେକ ସ୍ଥାନରେ ବଡ ବଡ ଗାତ ହୋଇଗଲାଣି । ଅନେକ ସ୍ଥାନରେ ରାସ୍ତା ଫାଟି ଆଁ କରିଥିବା ବେଳେ ନିର୍ମାଣ ଜନିତ ତୃଟି କାରଣରୁ ରାସ୍ତାରେ ଏକ ଫୁଟ ରୁ ଅଧିକ ପାଣି ଜମି ରହୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ପାଇକମାଲ ମୁଖ୍ୟ ଛକ ନିକଟରେ ଝାରବନ୍ଧ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ନ କହିବା ଭଲ , ସେହିଭଳି ମିଠାପଲି ରୁ ବରତୁଣ୍ଡା ଗ୍ରାମ ଓ ବରତୁଣ୍ଡାରୁ ମାଣ୍ଡୋସିଲ ପର୍ଯ୍ଯନ୍ତ ରାସ୍ତା ତମାମ ବଡ ବଡ଼ ଗର୍ତ୍ତ ହୋଇ ଗଲାଣି । ଏହି ରାସ୍ତାରେ ବର୍ତମାନ ଯିବା ଆସିବା କରିବା ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ , ଏହି ରାସ୍ତାରେ ପ୍ରତ୍ୟେକ ଦିନ ଅନେକ ସ୍ଥାନରେ ଦୁର୍ଘଟଣା ରେ ଲୋକ ଆହତ ହେଉଛନ୍ତି । ଜାମସେଠ ରେ ଥିବା ଅଙ୍ଗ ନଦୀ ପୋଲର ଆପ୍ରୋଚ ରାସ୍ତା ଦୀର୍ଘ 2 ବର୍ଷ ହେଲା ମରାମତି ହୋଇ ପାରୁନାହିଁ । ଲୋକେ ପୂର୍ତ୍ତ ବିଭାଗ ର ଅଧିକାରୀ ମାନଙ୍କୁ ବାରମ୍ବାର ଅନୁରୋଧ କରିଛନ୍ତି ହେଲେ ବିଭାଗୀୟ ଅଧିକାରୀ ମାନେ ନାହିରେ ତେଲ ମାରି ନିଘୋଡ଼ ନିଦରେ ସୋଇଥିବା ଭଳି ଲାଗୁଛି । ଅସୁବିଧା ମଧ୍ୟରେ ଲୋକେ ଯିବା ପାଇଁ ବାଧ୍ୟ ହେଉଥିବା ବେଳେ ଅଧିକାରୀ ମାନଙ୍କ ଅବହେଲା ଓ ଅଣଦେଖା କାରଣ ରୁ କେତେବେଳେ ବି କିଛି ବହୁମୂଲ୍ୟ ଜୀବନ ନଷ୍ଟ ହୋଇଯାଇପାରେ । ଲୋକଙ୍କ ଜୀବନ ନଷ୍ଟ ହେବା ପୂର୍ବରୁ ଏହି ବିଜୁ ଏକ୍ସପ୍ରେସ ୱେ ମରାମତି କରିବା ପାଇଁ ଦାବି ହେଉଛି ।

0
0
0
s2sdefault