ହେଡଲାଇନସ୍:

ସାରସକଣା ବିଧାୟକ ଓ ସୀମାନ୍ତ ମହାବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର lllll

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସିମାନ୍ତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ,ରକ୍ତ ଦାନ ଶିବିର ରକ୍ତ ଦାନ ମହା ପୁଣ୍ୟ । ମାନବ ସେବହିଁ ମାଧବ ସେବା । ଆମେ ପ୍ରୟାସ କରିବା ଯେମିତି କୌଣସି ବ୍ୟକ୍ତି ଡାକ୍ତରଖାନାରେ ରକ୍ତ ନ ପାଇଁ ମୁତୃ ର ସମ୍ମୁଖିନ ନ ହୁଅନ୍ତୁ।
ଏଣୁ ସମସ୍ତେ ସମାଜର କଲ୍ୟାଣ ପାଇଁ ସ୍ଵ ଇଚ୍ଛା ରେ ରକ୍ତ ଦେଲେ ସେହି ରକ୍ତ ଦ୍ଵାରା ବହୁ ଲୋକ ଏକ ନୂଆ ଜୀବନ ପାଇପାରିବେ । ଏହାକୁ ଆଧାର କରି ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ସେବା ପକ୍ଷ ଅବସରରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ର ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଠାରେ ଭରତୀୟ ଜନତା ପାର୍ଟି (ବିଜେପି)ଓ ସିମାନ୍ତ ମହାବିଦ୍ୟାଳୟ ମିଳିତ ସହଯୋଗରେ ଏକ ବୃହତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଟିକୁ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲା ବେଳେ ସାରସକଣା ଲୋକପ୍ରିୟ ବିଧାୟକ ଭାଦବ ହାଁସଦା , ରାଜ୍ୟସଭା ସାଂସଦ ମମତା ମହାନ୍ତ , ବାରିପଦା ବିଧାୟକ ପ୍ରକାଶ ସୋରେନ,ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ସୁଗଦା ମୁର୍ମୁ ଓ ସାଂସଦ ନବ ଚରଣ ମାଝୀ ଉପସ୍ଥିତ ହୋଇ ସ୍ୱେଚ୍ଛା କୃତ ଭାବେ ରକ୍ତଦାନ କରିବାକୁ ଆସିଥିବା ଏବଂ ରକ୍ତ ଦାନ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଞ୍ଚଳବାସୀଙ୍କୁ ଉତ୍ସାହିତ କରିଥିଲେ ।

ବାରିପଦା ସହକାରୀ ଚିକିତ୍ସା ବିଭାଗୀୟ ଅଧିକାରୀ ଡ:ବିଜୟ କୁମାର ଦାସ ଙ୍କ ତତ୍ତ୍ଵାବଧାନରେ ଏକ ସ୍ବତନ୍ତ୍ର ବ୍ଲଡ଼ ବ୍ୟାଙ୍କ ଡାକ୍ତରୀ ଟିମ୍ ଡ: ସମ୍ୟରଞ୍ଜନ ନାୟକ, ୫ ଜଣ ଲେବୋରୋଟେରି , ୪ ଜଣ ନର୍ସିଂ, ୨ଜଣ ଫାର୍ମାସୀ ଓ ୨ଜଣ ଡାଟା ଏଣ୍ଟ୍ରି ଅଫିସର ଉପସ୍ଥିତ ରହି ସହଯୋଗ କରିଥିଲେ । ସୀମାନ୍ତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହିତ ସମସ୍ତ ନେତୃମଣ୍ଡଳୀ ପୁର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ତେବେ ମୋଟ ୪୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

0
0
0
s2sdefault