ହେଡଲାଇନସ୍:

ଭାରତୀୟ ଜନତା ପାର୍ଟି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ :୨୩ ୟୁନିଟ୍ ସଂଗୃହୀତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର :- ବରଗଡ ଜ଼ିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ତରଫରୁ ସ୍ଥାନୀୟ ମଧ୍ୟପଡା କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବରଗଡ ରକ୍ତଭଣ୍ଡାର ଅମରେନ୍ଦ୍ର ମହାନ୍ତି ଏବଂ ତାଙ୍କ ସହକର୍ମୀ ଆସି 23 ୟୁନିଟ ସଂଗ୍ରହ କରିଥିଲେ l ମୁଖ୍ୟ ଅତିଥି ଭାବେ ବିଜେପି ଜ଼ିଲ୍ଲାସଭାପତି ଯୁଧିଷ୍ଠିର ମେହେର ଆସି ଶିବିରକୁ ଉଦଘାଟନ କରିଥିଲେ l ଏଥିରେ ବିଜେପୁର ଜୋନ 2 ର ସୁଶାନ୍ତ ଗଡ଼ତିଆ,ପୂର୍ବତନ ଜ଼ିଲ୍ଲା ଅଧକ୍ଷା ସୁନାଫୁଲ ସେଠ, କାଉନସିଲର ସମାରି ମେହେର, ବିଜେପୁର ମଣ୍ଡଳ ସଭାପତି ଯୋଗୀନ୍ଦ୍ର ପଧାନ ଓ ଅଂଚଳର ଅନେକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।

0
0
0
s2sdefault