ହେଡଲାଇନସ୍:

ଓଡ଼ିଶୀ ସଙ୍ଗୀତ ବିଶାରଦ ପଣ୍ଡିତ ରଘୁନାଥଙ୍କ ଦସ୍ତାବୀଜ କରଣ ପ୍ରସ୍ତୁତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୨୫-୯-୨୦୨୪ ତାରିଖରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର , ଭୁବନେଶ୍ବର ତରଫରୁ ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ତଥା ଗବେଷକ ପଣ୍ଡିତ ରଘୁନାଥ ପାତ୍ରଙ୍କ ଜୀବନ ବ୍ୟାପି ସଂଗୀତ ସାଧନା ତଥା ଓଡ଼ିଶୀ ସଂଗୀତ ପ୍ରଶିକ୍ଷଣ ସମ୍ୱନ୍ଧିତ ଜ୍ଞାନ ଅନୁଭୁତିକୁ ଭିଡିଓ ରେକର୍ଡିଂ କରି ଗବେଷଣା କେନ୍ଦ୍ରର ଅଭିଲେଖାଗାର ରେ ସଂରକ୍ଷଣ କରାଯାଇଅଛି , ଯାହାକି ବର୍ତ୍ତମାନ ଓ ଭବିଷ୍ୟତ ର ସଂଗୀତ ଗୁରୁ ଏବଂ ଶିକ୍ଷାର୍ଥୀ ମାନଙ୍କ ପଥ ପଦର୍ଶନ କରିବାରେ ସହାୟକ ହୋଇପାରିବ।
ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୃତ୍ୟଗୁରୁ ସିକତା ଦାସ ଓ ଗୁରୁ କେଶବ ଚନ୍ଦ୍ର ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ସମାପନ ହୋଇଛି।
ଏଥି ପାଇଁ ପାରଳା ଓ ଓଡ଼ିଶାର ବିଭିନ୍ନ ମହଲରୁ ଗୁରୁ ରଘୁନାଥ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

0
0
0
s2sdefault