ହେଡଲାଇନସ୍:

ବାଗମୁଣ୍ଡା ଠାରେ କେଗାଁ ବନାଞ୍ଚଳ ତରଫରୁ ବନାଗ୍ନି ନିରାକରଣ ଓ ସଚେତନତା ଶିବିର l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେଗାଁ ବନାଞ୍ଚଳ କଳାହାଣ୍ଡି ଉତ୍ତର ବନଖଣ୍ଡ ଓ ଓଡିଶା ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବୁଧବାର ଅପରାହ୍ନ 3ଟା ସମୟରେ ବନାଗ୍ନି ନିରାକରଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବାଗମୁଣ୍ଡା ବିଟ ର ବନରକ୍ଷୀ ଗୁନୀ ମହାରଣା,ବନରକ୍ଷୀ ଭୀଷ୍ମ ଶବର, ସାଧନା ପ୍ରଧାନ ଓ PNGO ଅନୁଷ୍ଠାନର କର୍ମକର୍ତ୍ତା ରୋମାନ ବାଗ, ମହେଶ୍ୱର ମିଶ୍ର, ବାଗମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେଵ ତାଣ୍ଡି, ସମାଜସେବୀ ଅରକ୍ଷିତ ସାଗର ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲରେ ନିଆଁ ଲାଗିବାର କାରଣ ଓ ନିରାକରଣ ବିଷୟରେ ଜନସାଧାରଣଙ୍କ ଦାୟିତ୍ତ୍ୱ ବୋଲି ବୁଝେଇବା ସହିତ ଗ୍ରାମବାସି ଏବଂ ଜଙ୍ଗଲ ବିଭାଗ କର୍ମଚାରିଙ୍କ ସହଯୋଗରେ ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା କରିବା ବିଷୟରେ ପରାମର୍ଶ ଦେଇଥିଲେ l ଏବଂ ଏହି କାର୍ଯ୍ୟକ୍ରମକୁ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା କଲାକାର ମାନେ ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନର ବାର୍ତ୍ତା ପରିବେଷଣ କରିଥିଲେ l କାର୍ଯ୍ୟକ୍ରମଟିକୁ ବିକାଶ କୁମାର ତାଣ୍ଡି ପରିଚାଳନା କରି ସମସ୍ତଙ୍କୁ ଅବଗତ କରିଥିଲେ l

0
0
0
s2sdefault