ହେଡଲାଇନସ୍:

ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ରେଗେଡା ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ପ୍ରିନ୍ସିପାଲ ଡଃ.ପ୍ରକାଶ ଚନ୍ଦ୍ର ସେନାପତି ଓ ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓଙ୍କ ଅଧ୍ୟକ୍ଷତା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ୨୮ ଫେବୃଆରୀ ୧୯୨୮ ରେ ସାର ସି.ଭି ରମଣ `ରମଣ ପ୍ରଭାବ' ର ଆବିଷ୍କାର କରିଥିବାରୁ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ରୁପେ ପାଳନ କରାଯାଏ । ସାର ସି.ଭି.ରମଣଙ୍କୁ ପଦାର୍ଥ ବିଜ୍ଞାନରେ ୧୯୩୦ ମସିହାରେ ସମ୍ମାନଜନକ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ବୋଲି ପ୍ରିନ୍ସିପାଲ ନିଜ ବକ୍ତବ୍ଯରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।
ଏହି ଅବସରରେ ସାର ସି.ଭି.ରମଣଙ୍କ ଜୀବନି ଉପରେ ଏକ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପରିଚାଳନାରେ ସହୋଯାଗ କରିଥିଲେ ।

 

0
0
0
s2sdefault