ହେଡଲାଇନସ୍:

ଜେଏମ୍ ହସ୍ପିଟାଲକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏକ୍ସଲେନ୍ସ ଇନ୍ ହେଲଥ କେର ସର୍ଭିସ୍ ସମ୍ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ରାୟଗଡ ଜିଲ୍ଲା ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲାର ରାଗୁଲଠାରେ ଥିବା ଜେଇଏମଏସ ହସ୍ପିଟାଲକୁ ଏକ୍ଲଲେନସ ଇନ୍ ହେଲଥ କେର ସର୍ଭିସ ସମ୍ମାନିତ କରାଯାଇଛି । ଭୁବନେଶ୍ୱରଠାରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ଆୱାର୍ଡ ଫର୍ ଏକ୍ସଲେନ୍ସ ଇନ୍ ହେଲଥ କେର ସର୍ଭିସ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା । ଏହି ଅଵସରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ହସ୍ପିଟାଲର ସିଇଓ ବଳିନେନି ଆଦବିକ, ମୁଖ୍ୟ ପ୍ରଶାସନିକ ଅଧିକାରୀ ଏସ ରାମ ମୋହନ ଏବଂ ନିର୍ଦେଶକ କେ ସୁଧିର ପ୍ରମୁଖ ଟ୍ରଫି ଓ ମାନପତ୍ର ଗ୍ରହଣ କରିଥିଲେ। ସାରା ଦେଶରୁ ଏହି ସମ୍ମାନ ନିମନ୍ତେ ୨୨ଟି ଚିକିତ୍ସାନୁଷ୍ଠାନ ଚୟନ କରାଯାଇଥିବାବେଳେ, ଜେଇଏମଏସ ହସ୍ପିଟାଲ ପ୍ରଥମ ସ୍ଥାନ ଅଧିକାର କରିଛି । ଜେଇଏମଏସ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ସମ୍ମାନିତ ହେଇଥିବା ଏକମାତ୍ର ହସ୍ପିଟାଲ । ବିଏସକେୱାଇ ଯୋଜନାରେ ଓଡିଶାର ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଥିବାରୁ ଏହି ଏକ୍ସଲେନ୍ସ ଇନ୍ ହେଲଥ କେର ସର୍ଭିସ ସମ୍ମାନ କରାଯାଇଛି । ସୂଚନାଯୋଗ୍ୟ ଏହି ହାସପାତଲରେ ବିଏସକେୱାଇ ଯୋଜନାରେ ଓଡିଶାର ବିଶେଷ କରି ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଗରିବ ରୋଗୀ ଉପକୃତ ହୋଇପାରିଛନ୍ତି ବୋଲି ରାଜ୍ୟ ବିଜୁ ସ୍ବାସ୍ଥ୍ୟ ଯୋଜନାର ଉପଦେଷ୍ଟା ସୁଧିର କୁମାର ଦାଶ କହିଛନ୍ତି।

 

0
0
0
s2sdefault