ହେଡଲାଇନସ୍:

ରାସନ କାର୍ଡ ହିତାଧିକାରୀ ଙ୍କୁ ଝୋଟ ବେଗ ପ୍ରଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପରିବେଶ କୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ଵ , ସମସ୍ତେ ମିଳିମିଶି ପ୍ରୟାସ କଲେ ଓ ଆମର ଜୀବନଯାପନ ଶୈଳୀ ରେ କିଛିଟା ସୁଧାର କଲେ ଆମେ ପରିବେଶ କୁ ସୁରକ୍ଷା ପ୍ରଦାନ କରିବାରେ ନିଜର ଯୋଗଦାନ ଦେଇ ପରିବା । ଆମେ ମୁଖ୍ୟତଃ ପ୍ରତ୍ୟେକ ଦିନ ନିଜର ଦରକାରୀ ବସ୍ତୁ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବଜାର ବା ଦୋକାନ କୁ ଯାଇଥାଉ । ଦୋକାନ କିମ୍ବା ବଜାର ରେ ଆମେ ସଉଦା ପାଇଁ ଜରି ବେଗ ବ୍ୟବହାର କରିଥାଉ । ଯାହାକି ଆମ ସ୍ୱାସ୍ଥ୍ୟ ଓ ପରିବାର ପାଇଁ ଅତ୍ୟନ୍ତ ହାନିକାରକ ଅଟେ । ତେଣୁ ଆମେ ବଜାର କିମ୍ବା ଦୋକାନ କୁ ଗଲେ ନିଜ ସହିତ ଗୋଟେ ଝୋଟ କିମ୍ବା କପଡା ବେଗ ନେଇ ଗଲେ , ଆପେ ଆପେ ଜରି ବେଗ ରୁ ମୁକ୍ତି ମିଳିବା ସହିତ ଅମସର ପରିବେଶ ପାଇଁ ମଧ୍ୟ ଭଲ ହେବ । ଆଜି ପାଇକମାଲ ବ୍ଲକ ମାଣ୍ଡିଆଢ଼ିପା ଗ୍ରାମ ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ଅୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ନିଜର ମତ ରଖିଥିଲେ ଓ ଉପସ୍ଥିତ ଜନସାଧାରଣ ଙ୍କୁ ପ୍ଲାଷ୍ଟିକ ବେଗ ର ବ୍ୟବହାର ପରିବର୍ତ୍ତେ ଝୋଟ କିମ୍ବା କପଡା ବେଗ ର ବ୍ୟବହାର ପାଇଁ କହିଥିଲେ । ଆଜି ପାଇକମାଲ ବ୍ଲକ ରେ ରାଜ୍ୟ ସରକାର ଙ୍କ ରାସନ କାର୍ଡ ହିତାଧିକାରୀ ମାନଙ୍କୁ ବିତରଣ ହେବାକୁ ଥିବା ଝୋଟ ବ୍ୟାଗ ବିତରଣ ର ପାଇକମାଲ ବ୍ଲକ ରେ ଶୁଭାରମ୍ଭ କରିବା ଅବସରରେ ଅୟୋଜିତ ସଭାରେ , ମାନ୍ୟବର ବିଧାୟିକା ଙ୍କ ଦ୍ୱାରା ମଣ୍ଡିଆଢ଼ିପା ଗ୍ରାମ ପଞ୍ଚାୟତ ର ହିତାଧିକାରୀ ମାନଙ୍କୁ ଏହି ଯୋଜନା ରେ ପ୍ରତ୍ୟେକଙ୍କୁ ଦୁଇ ଗୋଟି ଲେଖାଏଁ ବ୍ୟାଗ ପ୍ରଦାନ କରାଯାଇଛି । ଆଜିଠାରୁ ପାଇକମାଲ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତରେ ଏହି ବ୍ୟାଗ ସବୁ ରାସନ କାର୍ଡ ଧାରକ ମାନଙ୍କୁ ମାଗଣାରେ ବିତରଣ କରାଯିବ । ଲୋକେ ନିଜର ଦୈନିକ କାମରେ ଏହାକୁ କରି ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟାଗ ର ବ୍ୟବହାର ନ କରନ୍ତୁ ବୋଲି ପାଇକମାଲ ବିଡ଼ିଓ ଶ୍ରୀ ପ୍ରଫୁଲ କୁନାର ଅଦୁ ନିଜର ମତ ରଖିଥିଲେ l

0
0
0
s2sdefault