ହେଡଲାଇନସ୍:

ଉମର - ଓଷଙ୍ଗ-ମାହାଙ୍ଗା ପଞ୍ଚାୟତରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା-ଶାସକ ପ୍ରଶାସକ : ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଉମର-ମାହାଙ୍ଗା ଓ ଓଷଙ୍ଗ ପଞ୍ଚାୟତରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉମର ଠାରେ ପୂର୍ବତନ ସରପଞ୍ଚ ଚିତ୍ତରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ କଲ୍ୟାଣ ମଣ୍ଡପ, ମହିଳା ମିସନ୍‌ଶକ୍ତି ଗୃହର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜେନା ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଜଗବନ୍ଧୁ ସେଠୀ, ସରପଞ୍ଚ ଶାଶ୍ଵତରଂଜନ ଦାସ, ସମିତି ସଭ୍ୟ କିଶୋରଚନ୍ଦ୍ର ଦାସ, ଦେବରଂଜନ ମହାନ୍ତି, ଅଜୟ ସାମଲ, ଜଗନ୍ନାଥ ପ୍ରଧାନ, ଅକ୍ଷୟ କୁମାର ଷଡ଼ଙ୍ଗୀ,ନିରଞ୍ଜନ ପ୍ରଧାନ, ରାୟଗୁରୁ ଶରତଚନ୍ଦ୍ର ମହାପାତ୍ର, ଫେଡେରେସନ୍ ସଭାନେତ୍ରୀ ସସ୍ମିତା ମହାନ୍ତି, ପିଇଓ ନିହାର ରଂଜନ ମହାନ୍ତି, ରାୟଗୁରୁ ମାନସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଓଷଙ୍ଗ ପଞ୍ଚାୟତରେ ଆତ୍ମା ଅଧ୍ୟକ୍ଷ ଭଗବାନ ବିଶ୍ଵାଳଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଜେନା ପଞ୍ଚାୟତରେ ହେଉଥିବା ବିକାଶକାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ବିଡିଓ ଅମିୟ କୁମାର ପଣ୍ଡା, ପିଇଓ ନିହାରରଂଜନ ସ୍ଵାଇଁ, ସରପଞ୍ଚ ନିହାରିକା ବିଶ୍ଵାଳ, ସମିତି ସଭ୍ୟା କାନନାବାଳା ମହାନ୍ତି, ସମାଜସେବୀ ରବୀନ୍ଦ୍ର ମହାନ୍ତି, ଧୀରେନ୍ଦ୍ର ବିଶ୍ବାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ଭାବେ ମାହାଙ୍ଗା ପଞ୍ଚାୟତରେ ବ୍ଲକ ଅଧକ୍ଷା ଦୀପା ମଲିକ ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରିବା ସହିତ ବିଭିନ୍ନ ପ୍ରକଳ୍ପ କୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଅମୀୟ କୁମାର ପଣ୍ଡା, ବ୍ଲକ ଉପାଧକ୍ଷ ସତ୍ୟ ନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସୁସ୍ମିତା ଦାସ, ବିଜେଡି ସଭାପତି ରାଜକିଶୋର ଜେନା, ସରପଞ୍ଚ ବେବିନା ଜେନା ଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର, ଏସଏଚଜି ମହିଳା ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ l ଏହି ଅବସରରେ ତିନୋଟି ପଞ୍ଚାୟତରେ ବରିଷ୍ଠ ନାଗରିକ, କୃତୀ କ୍ରୀଡ଼ା, ସଂଗୀତ ଓ ନୃତ୍ୟ ପ୍ରତିଯୋଗୀମାନଙ୍କୁ ସମ୍ବଦ୍ଧିତ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।

0
0
0
s2sdefault