ଅବକାରୀ ବିଭାଗ ନିଘୋଡ଼ ନିଦ୍ରାରେ ଶୋଇଥିବା ବେଳେ ଝାର ପୋଖରିଆ ପୋଲିସ ର ଦେଶୀ ମଦ ଭାଟି ଉପରେ ଚଢ଼ାଉ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରସକଣା /ଶ୍ରୀ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ):: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ପୋଲିସ ଦେଶୀ ମଦ ଭାଟି ଉପରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ସୂଚନା ମୁତାବକ ଦୁଇଟି ପୃଥକ ପୃଥକ ସ୍ଥାନରେ ଦେଶୀ ମଦଭାଟିରେ ଚଢାଉ କରି ପ୍ରାୟ ୯୫୦ ଲିଟର ମହୁଲି ପଚ ନଷ୍ଟ କରିଥିବା ବେଳେ ପ୍ରାୟ ୬୫ ଲିଟର ଦେଶୀ ମଦ ଜବତ ହୋଇଛି । ବହୁତ ଗୁଡ଼ିଏ ହାଣ୍ଡି , ଡ୍ରମ ସହିତ ବିଭିନ୍ନ ମଦ ତିଆରି ସାମଗ୍ରୀ ଜବତ ହୋଇ ନଷ୍ଟ କରାଯାଇଛି । ନେଦା ଗ୍ରାମର ସୁବର୍ଣ୍ଣରେଖା ନଦୀ କଡ଼ ଓ ପାକଟିଆ ଗ୍ରାମ୍ୟ ଜଙ୍ଗଲରେ ପ୍ରଚୁର ପରିମାଣରେ ମଦ ଭାଟିକୁ ନଷ୍ଟ କରାଯାଇଛି । ଦେଶି ମଦ ମାଫିଆମାନେ ଫେରାର ହୋଇଯାଇଛନ୍ତି । ଝାରlପୋଖରିଆ କେସ ନମ୍ବର ୩୮/୨୪ ଏବଂ ୩୯/୨୪ ରେ ମାମଲା ରୁଜୁ କରି ତଦନ୍ତ ଚାଲି ଥିବା ବେଳେ ଫେରାର ହୋଇଥିବା ଆସାମୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଝରା ପୋଖାରିଅ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ସରକାରଙ୍କ ସ୍ଵତନ୍ତ୍ର ଅବକାରୀ ବିଭାଗ ନିଘୋଡ଼ ନିଦ୍ରାରେ ସୋଇଥିଲା ବେଳେ ଝାର୍ ପୋଖରୀ ଥାନାର ଚଢାଉ ସମସ୍ତଙ୍କୁ ଚକିତ କରିଛି । 

0
0
0
s2sdefault