ପ୍ରଧାନମନ୍ତ୍ରୀ ଓ ପଛୁଆବର୍ଗଙ୍କୁ କ୍ଷମା ମାଗନ୍ତୁ ରାହୁଲ: ସୁରଥ ବିଶ୍ୱାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  କଂଗ୍ରେସ ଦଳ ପଛୁଆବର୍ଗ ବିରୋଧୀ

  •  ରାମମନ୍ଦିର ଛକରେ ଓବିସି ମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ

  •  ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଦେଶର ପଛୁଆବର୍ଗ ଉପଯୁକ୍ତ ଜବାବ ଦେବେ

ଭୁବନେଶ୍ୱର,ତା.୧୦/୦୨: ପଛୁଆ ବର୍ଗଙ୍କ ଅଧିକାର ସଂପର୍କରେ ଦୀର୍ଘଦିନ ହେଲା ଅବହେଳା ପ୍ରଦର୍ଶନ କରିଆସିଥିବା କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ବିଶ୍ୱର ଲୋକପ୍ରିୟ ନେତା ତଥା ଦେଶର ପ୍ରଧାନମନ୍ତ୍ରୀଙ୍କ ଜାତିକୁ ନେଇ ଅପମାନ ସୂଚକ ମନ୍ତବ୍ୟ ଏବଂ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ରାହୁଲ ଗାନ୍ଧୀଙ୍କର ହୀନମାନସିକତାର ପରିଚୟ ବୋଲି ଓବିସି ମୋର୍ଚ୍ଚା ତରଫରୁ କୁହାଯାଇଛି ।
ଆଜି ରାମମନ୍ଦିର ଛକରେ ଓବିସି ମୋର୍ଚ୍ଚା ତରଫରୁ ଏକ ରାଲି କରାଯାଇ କଂଗ୍ରେସର ଅନଭିଜ୍ଞ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦ କରାଯିବା ସହିତ ତାଙ୍କର କୁଶପୁତଳିକା ଦାହ କରାଯାଇଛି । ରାହୁଲ ଗାନ୍ଧୀଙ୍କର ବାରମ୍ବାର ପଛୁଆବର୍ଗମାନଙ୍କ ପ୍ରତି ଏବଂ ଦେଶର ପ୍ରଧାନମନ୍ତ୍ରୀ ପ୍ରତି ଏଭଳି ମନ୍ତବ୍ୟକୁ ବିଜେପି ଓବିସି ମୋର୍ଚ୍ଚା ତ୍ରୀବ୍ର ବିରୋଧ କରିଛି । ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କର ଏଭଳି ମନ୍ତବ୍ୟକୁ ଦେଶର ସମସ୍ତ ପଛୁଆବର୍ଗ ଜନତା ଉପଯୁକ୍ତ ଜବାବ ଦେବେ ବୋଲି ପଛୁଆବର୍ଗ ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
Imageଓବିସି ବର୍ଗମାନଙ୍କ ଅଧିକାର ସମ୍ପର୍କରେ ପୂର୍ବରୁ ଗଠିତ କମିଶନମାନଙ୍କ ସୁପାରିଶକୁ କଂଗ୍ରେସ ଦଳ ଦୀର୍ଘଦିନ ଧରି ଶୀତଳ ଭଣ୍ଡାରକୁ ଫିଙ୍ଗି ଦେଇଥିଲେ । ଦେଶର ଦାୟିତ୍ୱ ନରେନ୍ଦ୍ର ମୋଦୀ ନେବା ପରେ ପଛୁଆ ବର୍ଗଙ୍କ ପାଇଁ ସମସ୍ତ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିଷ୍ପତିକୁ କଂଗ୍ରେସ ଓ ତାଙ୍କ ନେତା ରାହୁଲ ଗାନ୍ଧୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଜାତି ନାମରେ ଦେଶର ପ୍ରଧାନମନ୍ତ୍ରୀ ତଥା ଦେଶର ୫୪ଭାଗ ଓବିସି ବର୍ଗଙ୍କୁ ଅପମାନିତ କରିଥିବାରୁ ରାହୁଲ ଗାନ୍ଧୀ ନିସର୍ତ କ୍ଷମା ମାଗନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।
ଏହି ପ୍ରତିବାଦ ଶୋଭାଯାତ୍ରାରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ରାଜ୍ୟ ଓବିସି ମୋର୍ଚ୍ଚାର ସମ୍ପାଦକ ରଶ୍ମୀରଞ୍ଜନ ମୁଦୁଲି, ବିବେକାନନ୍ଦ ଜେନା, ସନ୍ତୋଷ ମହାପାତ୍ର, ଜଗଦିଶ ପ୍ରଧାନ, ପ୍ରଶାନ୍ତ ନାୟକ, ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ବାନାମ୍ବର ହାଟୁଆ, ସ୍ନେହାଶୀଷ୍ ସାହୁ, ଯଯାତି କେଶରୀ ବିଶ୍ୱାଳ, ଭୀଷ୍ମସେନ ନାୟକ ତଥା ଅନ୍ୟାନ୍ୟ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

0
0
0
s2sdefault