ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବଣ୍ଟନ ବ୍ୟବସ୍ଥାକୁ ବିରୋଧ, ବ୍ୟାଗ ଜାଳି ନାରାବାଜି କଲା ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିଲିକା (ସେକ କୌସର ): ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ବଣ୍ଟନ କରିବାକୁ ଥିବା ବ୍ୟାଗକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଏହିକ୍ରମରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁ ଏନଏସି ଅନ୍ତର୍ଗତ ବିଦ୍ୟାଧରପୁର ଏବଂ ବାଣପୁର ବ୍ଲକ ଆୟତ୍ତପୁର ପଞ୍ଚାୟତସ୍ଥିତ ସ୍ଥିତ ଖାଉଟି ରାସନ ଦୋକାନ ସମ୍ମୁଖରେ ବିଜେପି ପକ୍ଷରୁ ବିରୋଧ କରିବା ସହ ବ୍ୟାଗ ଜାଳି ନାରାବାଜି କରିଥିବା ଦେଖିବାକୁ ମିଳିଛି।ଖବର ମୁତାବକ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ ଭ୍ରମିତ କରି ବିଜେଡି ସରକାର କେବଳ ବ୍ୟାଗ ଧରେଇ ଯୋଜନାର ଶ୍ରେୟ ନେଵା ଏବଂ ଅପଚେଷ୍ଟା କରି ଆମ ଓଡିଶା ନବୀନ ଓଡିଶା ଲେଖାଥିବା ସହିତ ୫ଟି ଓ ଶଙ୍ଖ ଚି଼ହ୍ନ ଥିବା ବ୍ୟାଗକୁ ବଣ୍ଟନ କରି ରାଜନୈତିକ ପ୍ରଚାର କରୁଥିବା ରାଜ୍ୟ ବିଜେପି ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।ଏଥିସହିତ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାରା ରାଜ୍ୟରେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ି ଥିବାବେଳେ ରାଜ୍ୟ ସରକାର ମାତ୍ର ୮୯ ଲକ୍ଷ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ କେନ୍ଦ୍ର ଯୋଜନାକୁ ଭ୍ରମିତ କରିବା ହାସ୍ୟାସ୍ପଦ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ନ୍ୟସ୍ତ ସ୍ୱାର୍ଥ ପାଇଁ ଏଭଳି ବିଭ୍ରାନ୍ତିକରକୁ ବରଦାସ୍ତ କରାଯିବ ନାହିଁ।ଯଦି ଆଗକୁ କୌଣସି ଡ଼ିଲର ପଏଣ୍ଟ ପକ୍ଷରୁ ଏଭଳି ବ୍ୟାଗ ବାଣ୍ଟିବା ପାଇଁ ଅପଚେଷ୍ଟା କରାଯାଏ ତେବେ ସମ୍ପୃକ୍ତ ଡ଼ିଲର ପଏଣ୍ଟକୁ ତାଲା ପକାଇ ଦେବାକୁ ବିଜେପି ଚେତାବନୀ ଦେଇଛି।ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠି ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ପଲାଇ,ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ,ମହିଳା ସଭାନେତ୍ରୀ ସ୍ୱପ୍ନା ବଡ଼ଜେନା, ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ଆୟତ୍ତପୁର ପଞ୍ଚାୟତ ସରପଞ୍ଚ ନର୍ମଦା ପ୍ରଧାନ, ଦେଓଗାଁ ସରପଞ୍ଚ, ବରିଷ୍ଠ ସଂଗଠକ ଜିତେନ୍ଦ୍ର ଭୋଳଙ୍କ ସମେତ ବହୁ ବରିଷ୍ଠ ଵିଜେପି ନେତା ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

0
0
0
s2sdefault