ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟ ସମ୍ମେଳନ ପ୍ରକୋଷ୍ଠରେ "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ର ଆୟୋଜନ", ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, "ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ଉପଲକ୍ଷେ ତିନୋଟି ଭିତ୍ତିପ୍ରବନ୍ଧ ପାଠ କରାଯାଇଛି। ପ୍ରବନ୍ଧ ଗୁଡ଼ିକ ଯଥାକ୍ରମେ (୧) 'ଜଗନ୍ନାଥଙ୍କ ନବକଳେବର'- ଉପସ୍ଥାପିକା - ରୋଜିରାଣୀ ସାହୁ (୨) 'ଜଗନ୍ନାଥ ସଂସ୍କୃତି' - ଉପସ୍ଥାପିକା - ପ୍ରିୟଙ୍କା ମହାନ୍ତି (୩) 'ପଞ୍ଚସଖା ସାହିତ୍ୟରେ ଶ୍ରୀଜଗନ୍ନାଥ' - ଉପସ୍ଥାପକ - କିରଣ କୁମାର ବାଗ ଉପସ୍ଥାପନ କରିଥିଲେ। ସଭାପତିତ୍ବ କରିଥିଲେ କଲେଜର ଅଧ୍ୟକ୍ଷ ଶ୍ରୀମାନ ଲଳିତ ମୋହନ ପଣ୍ଡା। ପ୍ରାରମ୍ଭିକ ସଙ୍ଗୀତଗାନ କରିଥିଲେ ଶକ୍ତିସ୍ୱରୂପା ପଣ୍ଡା। ଅଧ୍ୟାପକ ସନ୍ତୋଷ କୁମାର ମିଶ୍ରଙ୍କ "ଖଣ୍ଡକାବ୍ୟ ଶ୍ରୀଜଗନ୍ନାଥ" ଉନ୍ମୋଚିତ ହୋଇଥିଲା। ପରିଚୟ ପ୍ରଦାନ କରିଥିଲେ ଅତିଥିମାନଙ୍କର ଡ଼ଃ ସରୋଜ କୁମାର ନାଏକ। ପ୍ରବନ୍ଧ ଗୁଡ଼ିକୁ ସମୀକ୍ଷା କରିଥିଲେ ଡ଼ଃ ପ୍ରମୋଦ କୁମାର ପାଢ଼ୀ ଏବଂ ଡ଼ଃ ସୁଜିତ୍ କୁମାର ପୃଷେଠ, ଡ଼ଃ ବିରଞ୍ଚି ସାହୁ, ପ୍ରାଧ୍ୟାପକ ଶ୍ରୀମାନ ପ୍ରଭାତ କୁମାର ମହାପାତ୍ର, ପ୍ରଧ୍ୟାପିକା ତାପିନି ପଣ୍ଡା, ଡ଼ଃ ପ୍ରଦୀପ କୁମାର ପଣ୍ଡା, ଅଧ୍ୟାପକ ଜୟ କୁମାର ଭୁଏ, ଅଧ୍ୟାପିକା ରିନା ଧର୍ମବିନାୟକ, ଅଧ୍ୟାପିକା ସୁରେଶ୍ଵରୀ ପାଣ୍ଡେ, ଅଧ୍ୟାପିକା ବୁନି ସାହୁ ତଥା ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀବୃନ୍ଦ ଯୋଗଦାନ କରି ସଭାକୁ ସୁଫଳ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧ୍ୟାପିକା ପୂର୍ଣ୍ଣିମା ଦୋରା।
ରାଜ୍ୟ
"ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ" ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା, ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ପାଠଚକ୍ର
- Hits: 362







