ହେଡଲାଇନସ୍:

ସମଲେଇ ମନ୍ଦିର ପ୍ରକଳ୍ପର ଶୁଭ ଲୋକାର୍ପଣ ନିମନ୍ତେ ମା ଶାରଳା ଙ୍କ ମନ୍ଦିର କୁ ଆସିଲା ନିମନ୍ତ୍ରଣ ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର, ତା-୧୮/୦୧/୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କୁ ସମଲେଇ ମନ୍ଦିର ପ୍ରକଳ୍ପର ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ ପତ୍ର ନେଇ ଆସିଛନ୍ତି ଶ୍ରୀ ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ।ଏହି ନିମନ୍ତ୍ରଣ ପର୍ବ ନିମନ୍ତେ ଜିଲ୍ଲା ସଂସ୍କୃତି ଅଧିକାରୀ,ସମ୍ବଲପୁର, ଶ୍ରୀ ଫକୀର ମୋହନ ମାଝୀ, ଶ୍ରୀ ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ର ଟ୍ରଷ୍ଟୀ ଶ୍ରୀ ସନ୍ତୋଷ ପୃଷେଠ ,ମା ସମଲେଶ୍ବରୀ ମନ୍ଦିରର ସେବାୟତ ଶ୍ରୀ ସଙ୍କୀର୍ତ୍ତନ ରାୟ ଆଜି ପୂର୍ବାହ୍ନ ରେ ,ନଡ଼ିଆ, ଅରୁଆଚାଉଳ ,ଗୁଆ,ମା' ଙ୍କ ପ୍ରସାଦ ସହ ନିମନ୍ତ୍ରଣ ପତ୍ର ନେଇ ମା ଶାରଳା ଙ୍କ ମନ୍ଦିର ରେ ପହଞ୍ଚିଥିଲେ। ସେଠାରେ ମା ଶାରଳାଙ୍କ ମନ୍ଦିର କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ବଡ ପଣ୍ଡା ଶ୍ରୀ ରଞ୍ଜନ କୁମାର ପଣ୍ଡା, ପରିଛା ଶ୍ରୀ ସୁଦାମ ଚରଣ ପଣ୍ଡା, ସେବାୟତ ବିଶ୍ଵନାଥ ରାଉଳ, ତ୍ରିଲୋଚନ ରାଉଳ, ଚନ୍ଦନ ରାଉଳ,ସିପୁନ୍ ରାଉଳ ପ୍ରମୁଖ ଘଣ୍ଟ ହୁଳହୁଳି ସହ ସେମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ରେ ମା ଙ୍କ ନିକଟକୁ ପାଛୋଟି ନେଇଥିଲେ। ଆସିଥିବା ଅତିଥି ମାନେ ଆଣିଥିବା ଗୁଆ, ନଡ଼ିଆ ଓ ନିମନ୍ତ୍ରଣ ପତ୍ର ଦେଇ ମା ଶାରଳା ଙ୍କୁ ଆସନ୍ତା ଜାନୁଆରୀ 27 ତାରିଖ ରେ ହେବାକୁ ଥିବା ଲୋକାର୍ପଣ ଉତ୍ସବ ନିମନ୍ତେ ନିମନ୍ତ୍ରଣ କରିଥିଲେ ଏବଂ ଶେଷରେ ପ୍ରସାଦ ସେବନ କରି ମା ଙ୍କ ଆଶୀର୍ବାଦ ନେଇ ଫେରିଥିଲେ।ଏହି ଭବ୍ୟ ନିମନ୍ତ୍ରଣ ପର୍ବ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଉପସ୍ଥିତ ରହି କାର୍ଯ୍ୟ ରେ ସହଯୋଗ କରିଥିଲେ।

0
0
0
s2sdefault