ହେଡଲାଇନସ୍:

ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦଘାଟିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗୁରୁବାର ଦିନ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦାଘାଟନୀ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ଅଧ୍ୟକ୍ଷତାରେ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଅଖିଳ ପୁରୋହିତ ଏବଂ ମୁଖ୍ୟ ଅତିଥି ଭାବରେ ଜମଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସ୍ଵାଧୀନ ପଧାନ ମୁଖ୍ୟ ବକ୍ତା ରୁପେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ ମୁଖ୍ୟ ବକ୍ତା ଓଡିଆ ଭାଷା ସାହିତ୍ୟର ମହତ୍ଵ ଉପରେ ଉଲ୍ଲେଖପାତ କରିଥିଲେ । ଶ୍ରୀମତୀ କୁନ୍ତଳା ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୁଶ୍ରୀ ସଂଗୀତା ଗୌନ୍ତିଆ, ଶ୍ରୀମତୀ ଲୋପାମୁଦ୍ରା ନାୟକ, ଶ୍ରୀମତୀ ସରିତାରାଣୀ ପ୍ରଧାନ, ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ଶ୍ରୀମତୀ ମଧୁମିତା ପ୍ରଧାନ, ସୁଶ୍ରୀ ସୋନିଆ ମେହେର, ସୁଶ୍ରୀ ପଦ୍ମିନୀ ପ୍ରଧାନ, ଶ୍ରୀ ଅନିଳ ପୁରୋହିତ, ଶ୍ରୀ ଧୀରେନ୍ଦ୍ର ବର୍ଗେ, , ଶ୍ରୀ ସୀମିତ କୁମାର ମହାନ୍ତି, ଶ୍ରୀ ଫକିର ଭୋଇ, ଶ୍ରୀ ଗୋବିନ୍ଦ ବେହେରା, ଶ୍ରୀ ରବି ଅମରୀ, ଶ୍ରୀ ଚୂଡାମଣି ବେହେରା, ଶ୍ରୀ କୃଷ୍ଣ ସାହୁ, ଶ୍ରୀମତୀ ଗୌରୀ ସେଠ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ନୋଡ଼ାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault