ହେଡଲାଇନସ୍:

ଜଗତସିଂହପୁର ରେ ଉଦଘାଟିତ ହେଲା ନୂଆ ଓ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୮.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲା ରେ ନୂଆ ଓ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ମୁନିସିପାଲିଟି ରୁ ଉନ୍ନୀତ ହୋଇ ଆସିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଉନ୍ନତ ପ୍ରଦର୍ଶନ ନିମନ୍ତେ ଉତ୍ସାହିତ କରିଥିଲେ ।ସେ କହିଥିଲେ ଯେ, ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଥିବା ସମସ୍ତ ପ୍ରତିଯୋଗୀ ଜଣେ ଜଣେ ସଫଳ ଖେଳାଳି,ସେମାନେ ଭଲ ଭାବରେ ଖେଳି ରାଜ୍ଯ ସ୍ତରରେ ଜଗତସିଂହପୁର ଜିଲ୍ଲା କୁ ଗୌରବାନ୍ବିତ କରିବା କୁ ଉତ୍ସାହିତ କରିଥିଲେ। ଜୀବନ ରେ ହାର ଜିତ କୁ ଖାତିର୍ ନ କରି ସମସ୍ତ ପ୍ରତିକୂଳ ପରିସ୍ଥିତି କୁ ସାହସିକତା ର ସହିତ ସାମନା କରିବାକୁ ଜିଲ୍ଲାପାଳ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ ଆଜି ଜିଲ୍ଲା ପାଇଁ ଏକ ଗୌରବମୟ ଦିନ ବୋଲି କହିଥିଲେ ଏବଂ ପ୍ରତ୍ୟେକ ପ୍ରତିଯୋଗୀ ଙ୍କୁ ଧୈର୍ଯ୍ୟ ଓ ସାହସ ର ସହ ଖେଳି ରାଜ୍ଯ ସ୍ତରରେ ଜିଲ୍ଲା ପାଇଁ ଗୌରବ ଆଣିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର କର୍ଣ୍ଣ,ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ଅଭିମନ୍ୟୁ ପଣ୍ଡା ମଧ୍ୟ ପ୍ରତିଯୋଗୀ ମାନଙ୍କ ର ମନୋବଳ ବଢାଇ ଥିଲେ। ଜିଲ୍ଲା ସ୍ତରୀୟ ଏହି କ୍ରୀଡା ପ୍ରତିଯୋଗିତା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍, ଜଗତସିଂହପୁର, ସ୍ଵାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ,ଜଗତସିଂହପୁର, ନନ୍ଦା ବ୍ରତ ଷ୍ଟାଡିୟମ୍, ଶିଙ୍ଗାରପୁର ଏବଂ ପି ପି ଏଲ, ପାରାଦ୍ଵୀପ ର ଡି ଏ ଭି ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଅନ୍ତର୍ଗତ ପୁରୁଷ ଓ ମହିଳା ବିଭାଗରେ ଫୁଟବଲ୍, ଖୋ ଖୋ, କବାଡ଼ି, ଭଲିବଲ୍, କ୍ରିକେଟ ଏବଂ ମହିଳା ହକି ପ୍ରତିଯୋଗିତା ତିନିଦିନ ଧରି ଅନୁଷ୍ଠିତ ହେବ। ଆଜି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ 8 ଟି ବ୍ଲକ୍ ଓ 2 ଟି ମୁନିସିପାଲିଟି ରୁ ଉନ୍ନୀତ ହୋଇ ଆସିଥିବା 1306 ଜଣ ପ୍ରତିଯୋଗୀ ଏହି ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ।ଏହି କାର୍ଯ୍ୟକ୍ରମ ରେ କ୍ରୀଡ଼ାବିତ ଓ ସେମାନଙ୍କ ର ମେଣ୍ଟର କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ, ଜିଲ୍ଲା ଆଥଲେଟିକ ଆସୋସିଏସନ ସମ୍ପାଦକ ଶ୍ରୀ ଦୋଳଗୋବିନ୍ଦ ଦାଶ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ପରିଷଦ ର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷ ରେ ଜିଲ୍ଲା କ୍ରୀଡା ଅଧିକାରିଣୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault