ଗୁଲବର୍ଗା ସିଟି ଇଲେଭେନ କୁ ହରାଇ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ସେମିଫାଇନାଲ ରେ ପ୍ରବେଶ
ବରଗଡ଼/ପଦ୍ମପୁର (୧୮.୧.୨୦୨୪) - ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଗ୍ରୁପ ବି ର ଦ୍ଵିତୀୟ ମ୍ୟାଚ୍ ରେ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ଓ ଗୁଲବର୍ଗା ସିଟି ଇଲେଭେନ (କର୍ଣାଟକ) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭ ରେ ଗୁଲବାର୍ଗାଦଳ ପ୍ରଥମେ ଟସ୍ ଜିଣି ଫିଲ୍ଡିଂ କରିଥିଲେ।ବାପୁଜୀ ଦଳ ବ୍ୟାଟିଂ କରି ୨୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୫୪ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦେବାଂଶ ପଟ୍ଟନାୟକ ୮୮(୫୭) ରନ କରିଥିବା ବେଳେ ଅର୍ୟଶ୍ରୀ ଡି ଭଟ୍ଟ ୫୦ରନ କରିଥିଲେ। ଗୁଲବର୍ଗା ସିଟି ପକ୍ଷରୁ ନୀତିଶ ଵନିକ୍ୟଲ ୩ ଟି ୱିକେଟ ନେଇଥିଲେ। ୨୫୫ ରନ ର ଲକ୍ଷ୍ୟ ନେଇ ଗୁଲବାର୍ଗା ଦଳ ୧୮.୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୮ ରନ ସଂଗ୍ରହ କରି ୧୫୬ ରନ ରେ ପରାଜିତ ହୋଇଥିଲେ।ଦଳ ପକ୍ଷରୁ ଅଭିଷେକ ୨୪ରନ କରିଥିଲେ।ବାପୁଜୀ ଦଳ ପକ୍ଷରୁ ସାୟେଦଯକି ୩ ଟି ଓ ସତ୍ୟଜିତ ସବତ ୨ ଟି ୱିକେଟ ନେଇଥିଲେ । ଆଜି ର ପୁରସ୍କାର ବିତରଣୀ ଅବସରରେ ମୂଖ୍ୟ ଅତିଥି ଭାବରେ ଲୋଭାଦିନୀ ସାହୁ (H.M ଆର ବି ହାଇସ୍କୁଲ ପଦ୍ମପୁର) ଯୋଗଦାନ ଦେଇ ମେନ ଅଫ ମ୍ୟାଚ୍ ଭାବରେ ଦେବାସଂ ପଟ୍ଟନାୟକ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଆଜିର ମ୍ୟାଚ କୁ ଆମ୍ପାୟାର୍ ଅମିୟ ଭୂଷଣ ସାହୁ ଓ ବିଶ୍ୱାମ୍ୱର ମହାକୁଡ ପରିଚାଳନା କରିଥିବାବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, ଏସ ଜୟକିସନ, କୁମାର ଆନନ୍ଦ ପ୍ରମୁଖ ଧାରାବିବରଣି ପ୍ରଦାନ କରିଥିଲେ। ଆସନ୍ତାକାଲି ଗ୍ରୁପ ବି ର ମ୍ୟାଚ୍ ଖୋର୍ଦ୍ଧା ଇଷ୍ଟକୋଷ୍ଟ ରେଳୱେ ଓ ବିଲାସପୁର ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଳୱେ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।








