ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟିତ :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଧାୟକ ପ୍ରତାପ ଜେନାଙ୍କ ପ୍ରୟାସ କ୍ରମେ ଭାବବିହ୍ଵଳ ହୋଇ ଉଠିଲା ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା କ୍ରମେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ  ଜାନୁୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ପ୍ରୟାସ କ୍ରମେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ମହାସମାରୋହରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ସଂଖ୍ୟକ ଭକ୍ତମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଇଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠ, ଅସୁରେଶ୍ୱର ଦଧିବାମଜୀଉ ଙ୍କ ପୀଠରେ ଆନନ୍ଦ ଉଲ୍ଲାସ, ଭାବ ଏବଂ ଭକ୍ତିର ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବିଧାୟକ ଙ୍କ ଧର୍ମପତ୍ନୀ ଡେଜି ଜେନା, ବିଡ଼ିଓ ଧର୍ମରଞ୍ଜନ ପଣ୍ଡା, ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା,ପ୍ରାକ୍ତନ ଅଧକ୍ଷା ସବିତା ଓଝା, ଗିରିଶ ରଞ୍ଜନ ମହାପାତ୍ର,ବିଜେଡି ସଭାପତି ରମାକାନ୍ତ ମହାନ୍ତି,ସରପଞ୍ଚ ତିଳୋତ୍ତମା ରାଉତ, ବ୍ଲକ ଯୁବ ବିଜେଡି ସଭାପତି ଜ୍ଞାନରଞ୍ଜନ ରାଉତ, ଜୋନ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଯୁବନେତା ମନୋଜ ସେଠି,ପ୍ରମୋଦ ସ୍ୱାଇଁ, କ୍ୟାପଟେନ ଗୁରୁଚରଣ ସାମଲ, ସନ୍ତୋଷ କୁମାର ପ୍ରଧାନ, ରଞ୍ଜନ ଦାସ, ଅଭୟ ସାହୁ,ମନ୍ଦିରର ପୂଜକ ହେମନ୍ତ କୁମାର ପଣ୍ଡା, କାଳିଆ ସେବାୟତ ପ୍ରୀତିରଞ୍ଜନ ପଣ୍ଡା, ମିହିର ମହାପାତ୍ର, ଦୀପକ ପରିଡା ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିଥିଲେ l ବିଶେଷ କରି ଭଜନ, ଓଡିଶୀ, ଲଉଡି, ଘଣ୍ଟ ଘଣ୍ଟା, ଶୁଭ ଶଙ୍ଖ ଧ୍ଵନିରେ ସମଗ୍ର ଅଞ୍ଚଳ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଥିଲା l ସମସ୍ତ ଭକ୍ତ ମାନଙ୍କୁ ପାଇଁ ସ୍ୱତନ୍ତ୍ର ଭାବେ ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ମହାପ୍ରଭୁ ଙ୍କ ଅଭଡା ଅନ୍ନର ବ୍ୟବସ୍ଥା କରାଯାଇଥିଲା ଯାହାକୁ ପାଇ ଶ୍ରଦ୍ଧାଳୁ ଭକ୍ତ ମାନେ ପୁରୀ ଶ୍ରୀ ଜଗନ୍ନାଥଙ୍କ କୃପା ଭିକ୍ଷା ଏବଂ ଧନ୍ୟ ମନେ କରିଥିଲେ l

0
0
0
s2sdefault