ଭବାନୀପାଟଣା,୧୭/୦୧( ରୋହିତ କୁମାର ନାଏକ )-୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଉତ୍ସବ ସ୍ଥଳ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡ଼ିୟମ ପରିସରରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ବୟନ ଶିଳ୍ପ ବିଭାଗ ତରଫରୁ ୫୦ ଗୋଟି ଆକର୍ଷଣୀୟ ଷ୍ଚଲ ସ୍ଥାନିତ କରାଯାଇଛି। ଏଇ ଷ୍ଟଲଗୁଡ଼ିକରେ ଜିଲ୍ଲା ତଥା ଜିଲ୍ଲା ବାହାରର କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ କଂସା, ପିତ୍ତଳ, ମାଟି, କାଠ, ବେତ ଆଦି ବିଭିନ୍ନ ଦ୍ରବ୍ୟରେ ତିଆରି ବିଭିନ୍ନ କଳାକୃତି ଓ ଉପକରଣ ସ୍ଥାନ ପାଇଛି। ଏଇ ଷ୍ଟଲଗୁଡ଼ିକରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ଉପଲବ୍ଧ ହେଉଥିବାରୁ ହଜାର ହଜାର ଲୋକେ ଏଇ ଷ୍ଟଲଗୁଡ଼ିକରେ ଭିଡ଼ ଜମାଉଛନ୍ତି। ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଖୋଲାଯାଇଥିବା ହାତବୁଣା କପଡା ଷ୍ଟଲ ସମେତ ହାତ ତିଆରି ଗହଣା ସମ୍ଭାରଗୁଡ଼ିକରେ ଯୁବତୀ ଓ ମହିଳାମାନଙ୍କ ବେଶ୍ ଭିଡ ପରିଲକ୍ଷିତ ହେଉଛି। ତେବେ ଉତ୍ସବ ଶେଷ ହେବା ପରେ ବି ବିକ୍ରିବଟା ପାଇଁ ଦିନଟିଏ ଷ୍ଟଲ ଗୁଡ଼ିକ ଖୋଲା ରହିବ ବୋଲି ଜଣାପଡ଼ିଛି।
ରାଜ୍ୟ
ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ହସ୍ତଶିଳ୍ପ ପ୍ରଦର୍ଶନୀ
- Hits: 229







