ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭବାନୀପାଟଣା ଟାଉନ୍ ହଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା,(ଶାସକ ପ୍ରଶାସକ )୧୭/୦୧/୨୦୨୪-ଶ୍ରୀକ୍ଷେତ୍ର ପୁରୀଠାରେ ବହୁ ପ୍ରତୀକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଅତ୍ୟନ୍ତ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଥିବାବେଳେ ସାରା ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଆଦି ସ୍ଥାନରେ ଏହାର ଲାଇଭ୍ ଷ୍ଟ୍ରିମିଂ କରାଯାଇଥିଲା। ଏଇ ଅବସରରେ ଭବାନୀପାଟଣା ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନହଲଠାରେ ଲାଇଭ୍ ଷ୍ଟ୍ରିମିଂ ସହିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଅତିଥି ଭାବେ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମୁନୀନ୍ଦ୍ର ହୋନ୍ନାଗା, ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ପୌରାଧ୍ୟକ୍ଷା ଲଳିତା ନାଏକ ଯୋଗ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ନାଏକ, ବୀଣାପାଣି ସେଠୀ, ସାମନ୍ତ ଖମାରୀ, ଅଶେଶ୍ବର ବାଗ, ପୀତବାସ ବେହେରା, କାଉନସିଲର ହାରାମଣି ଗଣ୍ଡ, କ୍ଷୀରସିନ୍ଧୁ ନାଏକ, ରଂଯୁକ୍ତା ପ୍ରଧାନ, ଜୟଶ୍ରୀ ଅଗ୍ରବାଲ, ମଞ୍ଜୁଶ୍ରୀ ନାଏକଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର, ବୁଦ୍ଧିଜୀବୀ ମହିଳା ଗୋଷ୍ଠୀ ସଦସ୍ୟା ଓ ସହରର ନାଗରିକଗଣ ଓ ଜଗନ୍ନାଥ ପ୍ରେମୀ ବହୁସଂଖ୍ୟାରେ ଉପସ୍ଥିତ ଥିଲେ। ପୌର ନିର୍ବାହୀ ଅଧିକାରୀ ଡ. ସତ୍ୟ ସଂପର୍ଣ୍ଣା ରାଉତଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏଇ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ପୌର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault