ଗୁଲବର୍ଗା ସିଟି ଇଲେଭେନ ବିଜୟୀ
ବରଗଡ଼ /ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଗ୍ରୁପ ବି ର ପ୍ରଥମ ଶ୍ରିଲତା ଏକାଡେମୀ (ୱେଷ୍ଟ ବେଙ୍ଗଲ) ଓ ଗୁଲବର୍ଗ। ସିଟି ଇଲେଭେନ (କର୍ଣାଟକ) ମ୍ୟାଚ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭ ରେ ପ୍ରଥମେ ଶ୍ରୀଲତା ଦଳ ଟସ୍ ଜିଣି ବେଟିଙ୍ଗ କରିଥିଲେ କରି ନିର୍ଦ୍ଧାରିତ ୩୦ ଓଭରରେ ୯ ଉଇକେଟ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବ୍ରଜେଶ୍ୱର ଚତ୍ତରରାଜ୪୭ ରନ କରିଥିବା ବେଳେ ଆଦିତ୍ୟ ସିଂହ ୪୬ରନ କରିଥିଲେ। ଗୁଲବର୍ଗା ସିଟି ପକ୍ଷରୁ ନୀତିଶ ଵନିକ୍ୟଲ ୩ ଟି ୱିକେଟ ନେଇଥିଲେ। ୨୦୨ ରନ ର ଲକ୍ଷ୍ୟ ନେଇ ଗୁଲବାର୍ଗା ଦଳ ୨୬.୫ ଓଭରରେ ୭ ଉଇକେଟ ହରାଇ ୨୦୩ ରନ ସଂଗ୍ରହ କରି ୩ ୱିକେଟ୍ ରେ ବିଜୟୀ ହୋଇଥିଲେ।ଦଳ ପକ୍ଷରୁ ସରୋଜା କେ ପଣ୍ଡା ୪୭(୨୬)ରନ ଓ ଅଭିଷେକ ଏସ କେ ୫୪(୪୧)ରନ କରିଥିବାବେଳେ ଶ୍ରିଲାତା ଦଳ ପକ୍ଷରୁ ସୋହିଲ ଅନସାରୀ ୨ ଟି ୱିକେଟ ନେଇଥିଲେ । ଆଜି ର ପୁରସ୍କାର ବିତରଣୀ ଅବସରରେ ମୂଖ୍ୟ ଅତିଥି ଭାବରେ ବି.ଡି.ଓ ପଦ୍ମପୁର ଚନ୍ଦ୍ରମଣୀ ନାଗ ଯୋଗଦାନ ଦେଇ ମେନ ଅଫ ମ୍ୟାଚ୍ ଭାବରେ ଅଭିଷେକ ଏସ କେ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଆଜିର ମ୍ୟାଚ କୁ ଆମ୍ପାୟାର୍ ଶ୍ୟାମସୁନ୍ଦର ପଣ୍ଡା ଓ ବିଶ୍ୱାମ୍ୱର ମହାକୁଡ ପରିଚାଳନା କରିଥିବାବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, ଏସ ଜୟକିସନ, କୁମାର ଆନନ୍ଦ ପ୍ରମୁଖ ଧାରାବିବରଣି ପ୍ରଦାନ କରିଥିଲେ। ଆସନ୍ତାକାଲି ଗ୍ରୁପ ବି ର ଦ୍ୱିତୀୟ ମ୍ୟାଚ୍ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ଏବଂ ଗୁଲ୍ବର୍ଗ ସିଟି ଇଲଏଭଏନ କର୍ଣ୍ଣାଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।








