ବରଗଡ଼- ଜଗତର ନାଥ ବିଶ୍ୱ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଲୋକାର୍ପଣ ଉତ୍ସବ ଅବସରରେ ଆଜି ସାରା ଓଡିଶା ଭକ୍ତି ଭାବରେ ଉତ୍ସବ ମୁଖରିତ । ଗାଁ ରୁ ସହର ପ୍ରତ୍ୟେକଟି ସ୍ଥାନ ହୋଇ ଉଠିଛି ଜଗନ୍ନାଥଙ୍କର ଭକ୍ତିରେ ଭକ୍ତି ମୟ। ଶ୍ରୀକ୍ଷେତ୍ର କୁ ଅସୁଥିବା ଜଗନ୍ନାଥ ପ୍ରେମୀ ହୁଅନ୍ତୁ ବା କାଳିଆ ସାଆନ୍ତେ ଙ୍କର ଭକ୍ତ ଙ୍କ ଆବଶ୍ୟକତା ହେଉ ବା ପୁରୀ ର ସୌନ୍ଦର୍ଯ୍ୟ କୁ ଆହୁରି ବ୍ୟାପକ କରିବା ପାଇଁ , ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆବଶ୍ୟକତା ନିଶ୍ଚିତ ଭାବରେ ରହିଥିଲା । ରାଜ୍ୟ ସରକାର ଙ୍କର ଦୃଢ଼ ଇଛାଶକ୍ତି ଫଳରେ ଆଜି ଏହି ପ୍ରକଳ୍ପ ର କାର୍ୟ୍ଯ ସମ୍ପୁର୍ଣ୍ଣ ହେବା ପରେ ରାଜ୍ୟ ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ଏହି ପ୍ରକଳ୍ପ ର ଶୁଭାରମ୍ଭ ହୋଇଛି ।
ଏହି ଶୁଭାରମ୍ଭ ର ମୁଖ୍ୟ ଅୟୋଜନ ଯଦିଓ ଶ୍ରୀକ୍ଷେତ୍ର ପୁରୀ ରେ ହୋଇଥିଲା , କିନ୍ତୁ ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ , ରାଜ୍ୟର ପ୍ରତେକ ଗ୍ରାମ , ପ୍ରତେକ ଲୋକଙ୍କ ପାଖକୁ ଟେଲିଭିଜନ ମାଧ୍ୟମ ରେ ଏହାର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ଏହି କ୍ରମରେ ପଦ୍ମପୁର ଉପଖଣ୍ଡ ର ପଦ୍ମପୁର , ପାଇକମାଲ ଓ ଝାରବନ୍ଧ ଠାରେ ଆୟୋଜିତ ବ୍ଲକ ସ୍ତରୀୟ କାର୍ଯକ୍ରମ ମଧ୍ୟରେ , ପାଇକମାଲ ଓ ପଦ୍ମପୁର ଠାରେ ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା , ହଜାର ହଜାର ମାଭଉଣୀ ମାନଙ୍କ ସହିତ ଏହି କାର୍ଯ୍ୟକ୍ରମ ଦେଖିଥିଲେ । ଗ୍ରାମାଞ୍ଚଳ ର ଲୋକ ମାନେ ଏହି କାର୍ଯକ୍ରମ ଦେଖିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ପ୍ରତ୍ୟେକ ପଞ୍ଚାୟତ ରେ ଟେଲିଭିଜନ ର ବ୍ୟବସ୍ଥା କରାଯାଇଥିଲା । ଆଜିର ପବିତ୍ର ଦିନ କୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିବା ରୁ ସମସ୍ତ ସ୍ଥାନରେ ଏହି କାର୍ଯକ୍ରମ ଦ୍ଵଖିବାକୁ ପ୍ରବଳ ଭିଡ ଦେଖିବାକୁ ମ8ଲିଥିଲା ।
ପାଇକମାଲ ଠାରେ ଆୟୋଜିତ କାର୍ଯ୍ୟକ୍ରମ ପାଇକମାଲ ବିଡିଓ ଶ୍ରୀ ପ୍ରଫୁଲ କୁମାର ଅଦୁ ଓ ତାଙ୍କର ଅଧିକାରୀ ମାନେ ଖୁବ ଭଲ ଭାବରେ ଆୟୋଜିତ ଓ ପରିଚାଳିତ କରିଥିବା ବେଳେ , ଝାରବନ୍ଧ ଠାରେ ହୋଇଥିବା କାର୍ଯ୍ୟକ୍ରମକୁ ବିଡିଓ ଶ୍ରୀ ପୁରୁଷୋତ୍ତମ ମିର୍ଧା ଓ ତାଙ୍କର ସହଯୋଗୀ ଅଧିକାରୀ ମାନେ ଆୟୋଜିତ ଓ ପରିଚାଳିତ କରିଥିଲେ । ଏହିଭଳି ପଦ୍ମପୁର ଠାରେ ବିଡିଓ ଚନ୍ଦ୍ରମଣି ନାଗ ଓ ତାଙ୍କ ସହଯୋଗୀ ଅଧିକାରୀମାନେ ପରିଚାଳନା କରିଥିଲେ







