୨୮ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ ର ଆଜି ସେମିଫାଇନାଲ ମ୍ୟାଚ ଆର୍. ୱାଇ. ସି. ସି ରାଉଲକେଲା ଓ ଏମ୍.ଏମ୍.ସି.ସି ସମ୍ବଲପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭ ରେ ପ୍ରଥମେ ସମ୍ବଲପୁର ଦଳ ଟସ୍ ଜିଣି ବ୍ୟାଟିଂ କରି ନିର୍ଦ୍ଧାରିତ ୩୫ ଓଭରରେ ୯ ୱିକେଟ ହରାଇ ୨୩୫ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅମନ ଖେତ୍ରି ୧୦ଟି ଛକା ସହ ୫୦ ବଲରୁ ୭୯ ରନ କରିଥିବା ବେଳେ ୱାଲ୍ଟର୍ ଟପୋ ୭୬(୭୩)ରନ କରିଥିଲେ। ରାଉଲକେଲା ଦଳ ରୁ ସୌମ୍ୟ ଲେଙ୍କା ୩ ଟି ୱିକେଟ ନେଇଥିଲେ। ପ୍ରତିପଖ୍ଯ ୨୩୬ ରନ ର ଲକ୍ଷ୍ୟ ନେ ଇ ରାଉରକେଲା ଦଳ ୩୩ ଓଭର୍ ରେ ସମସ୍ତ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରି ପାରିଥିଲେ। ୭୭ ରନ ରେ ବିଜୟୀ ହୋଇ ସମ୍ବଲପୁର ଦଳ ଫାଇନାଲ ରେ ପ୍ରବେଶ କରିଛି। ଆଜିର ମ୍ୟାଚ ରେ ରାଉଲକେଲା ଦଳର ଜ୍ଞାନ ରଞ୍ଜନ ନାୟକ ୬୫ ରନ କରିଥିବା ବେଳେ ସମ୍ବଲପୁର ଦଳ ପକ୍ଷରୁ ରଜତ ଶର୍ମା ରେ ୩ଗୋଟି ୱିକେଟ୍ ନେଇଥିଲେ । ଆଜି ର ପୁରସ୍କାର ବିତରଣୀ ଅବସରରେ ମୂଖ୍ୟ ଅତିଥି ଭାବରେ ଟ୍ରକ ମାଲିକ ସଂଘ ସମ୍ପାଦକ ହେମନ୍ତ ପଟ୍ଟନାୟକ ଯୋଗଦାନ ଦେଇ ଅମନ୍ ଖେତ୍ରୀ ଙ୍କୁ ମେନ ଅଫ ମ୍ୟାଚ୍ ଭାବରେ ପୁରସ୍କାର ପ୍ରଦାନ କରିଥିଲେ।ଆଜିର ମ୍ୟାଚ କୁ ଆମ୍ପାୟାର୍ ଶ୍ୟାମସୁନ୍ଦର ପଣ୍ଡା ଓ ବିଶ୍ୱାମ୍ୱର ମହାକୁଡ ପରିଚାଳନା କରିଥିବାବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, ଏସ ଜୟକିସନ, କୁମାର ଆନନ୍ଦ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତାକାଲି ଗ୍ରୁପ ବି ର ପ୍ରଥମ ମ୍ୟାଚ୍ ଶ୍ରିଲତା କ୍ରିକେଟ ଏକାଡେମୀ ୱେଷ୍ଟବେଙ୍ଗଲ ଓ ଗୁଲ୍ବର୍ଗ ସିଟି 11 କର୍ଣ୍ଣାଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।








