ହେଡଲାଇନସ୍:

ଆଳିୟ ଶିଶୁ ପ୍ରତିଭା ସମ୍ମାନ ପାଇଲେ ବିରିପୁର ଗ୍ରାମର ତିନି.ବର୍ଷର ଝିଅ ଦେବୀସ୍ମିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ନିଜର ବିସ୍ମୟ ପ୍ରତିଭା ପାଇଁ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଶତ ବାର୍ଷିକୀ ସାଂସ୍କୃତିକ ମହାସଭା-2024 ରେ ଆଳିୟ ଶିଶୁ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତ ବିରିପୁର ଗ୍ରାମର ତିନି.ବର୍ଷର ଝିଅ ଦେବୀସ୍ମିତା ଦିବ୍ୟଦର୍ଶନୀ ଦାସ I ଦେବୀସ୍ମିତା ହେଉଛନ୍ତି ବିରିପୁର ଗ୍ରାମର ତଥା ଘୁମୁସର ମାଟିର ବିଶିଷ୍ଟ ଶିକ୍ଷାବିତ୍ ସ୍ଵର୍ଗତ ଅମୂଲ୍ୟ ଦାସଙ୍କ ସାନ ଭାଇ ଅଭିନାଶ ଦାସ ଏବଂ ହରପ୍ରିୟା ଲେଙ୍କାଙ୍କ ସୁକନ୍ୟା I ଦେବୀସ୍ମିତା ଅତି କମ୍ ବୟସରୁ
ମହାମନ୍ତ୍ର,ମୃତ୍ୟୁଞ୍ଜୟ ମନ୍ତ୍ର,ଗୁରୁ ପ୍ରଣାମ ମନ୍ତ୍ର,ସଂଖ୍ୟା ଗଣନା,ବାର ମାସ ଏବଂ ଛଅ ଋତୁର ନାମ, ପଂଚାୟତ ଠାରୁ ଆରମ୍ଭ କରି ଦେଶରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ନାମକୁ ଅନର୍ଗଳ ଭାବେ ଅନାୟାସରେ କହି ପାରୁଛନ୍ତି I ଯାହା ତାଙ୍କର ବିସ୍ମୟ ପ୍ରତିଭାର ପରିଚୟ ଦେଉଛି I ତେଣୁ ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆସିକା ଠାରେ ଅନୁଷ୍ଠିତ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଶତ ବାର୍ଷିକୀ ସାଂସ୍କୃତିକ ମହାସଭା-2024 ଉତ୍ସବରେ ରେଏହି ସମ୍ମାନ ପ୍ରଦାନ କରାଯାଇଛି I ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର
କୁଳାଧିପତି ପ୍ରହଲ୍ଲାଦ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଆସିକା ପଂଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ନାହାକ, କବିସୂର୍ଯ୍ୟନଗର ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାଇଁ,ଆସିକା ବିଧାୟିକା ପ୍ରତିନିଧି ତଥା ଗଞ୍ଜାମ ଜିଲ୍ଳା ଜୋନ୍ ସଭାପତି ନଚିକେତା ସ୍ୱାଇଁ, ଅଭ୍ୟର୍ଥନା କମିଟି ସଭାପତି ପବିତ୍ର କୁମାର ଲେଙ୍କା, ପୂର୍ବତନ ନିର୍ବାଚନ ଅଧିକାରୀ ମୁନା ମହାନ୍ତି,ନେଟଙ୍ଗା ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳ, ଏଗାର ମଣ୍ଡଳ ସଭାପତି, ପାଞ୍ଚ ସାଂଗଠନିକ ସଭାପତିଙ୍କ ସମେତ ଆଳିୟ ଖଣ୍ଡାୟତ ସମାଜର ବହୁ ସରପଞ୍ଚ,ସମିତିସଭ୍ୟ,ଜନପ୍ରତିନିଧି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦେବୀସ୍ମିତାଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି I

0
0
0
s2sdefault