ଜଗତସିଂହପୁର,ତା-୧୬.୦୧.୨୦୨୪/ସୁମନ୍ତ କୁମାର ଦାସ:ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ, ଭା.ପ୍ର.ସେ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୫୮ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିୟ ୪୮ ଗୋଟି ଅଭିଯୋଗ, ଗୋ ଗାଷ୍ଠୀଗତ ସମସ୍ୟା ସଂପର୍କୀୟ/ ଗ୍ରାମ୍ୟ ସମସ୍ୟା ସଂପର୍କୀୟ ୧୦ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ସମସ୍ୟା ସଂପର୍କୀୟ ୦୫ଟି, ଜମିଜମା ସମସ୍ୟା ସଂପର୍କୀୟ ୧୭ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ ୦୨ଟି, ଭର୍ତ୍ତା ସମସ୍ୟା ସଂପର୍କୀୟ ୦୨ଟି, ପୋଲିସ ସହାୟତା ସଂପର୍କୀୟ୦୨ଟି ଏବଂ ଅନ୍ୟାନ୍ୟ ୭ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୧୩ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧକ୍ଷକ ଶ୍ରୀ ରାହୁଲ ପି.ଆର୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ, ମୁଖ୍ୟ ବିକାଶ-ତଥା- ନିର୍ବାହୀ ଅଧୁକାରୀ,ଜିଲ୍ଲା ପରିଷଦ ଶ୍ରୀ ରବିନାରାୟଣ ଜେଠୀ, ଉପ-ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ, ଜଗତସିଂହପୁର ଶ୍ରୀ ଆଶୁତୋଷ ମିଶ୍ର, ତହସିଲଦାର, ଜଗତସିଂହପୁର ଶ୍ରୀ ତାରିଣୀ ରଂଜନ ରାୟ, ଜିଲ୍ଲାସ୍ତରୀୟ ଅଧୁକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଳକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ । ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜଗତସିଂହପୁର ବ୍ଲକ୍ର ୨ ଜଣ ଦୃଷ୍ଟିବାଧୂତ ଛାତ୍ରୀ ଶୁଭଶ୍ରୀ ଲେଙ୍କା ଓ ସରିତା ପ୍ରିୟଦର୍ଶିନୀ ସ୍ବାଇଁଙ୍କୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଲାପ୍ଟପ୍ ପ୍ରଦାନ କରିଥିଲେ । ଏହିକାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନିଲ କୁମାର ନାଏକ ଉପସ୍ଥିତ ଥିଲେ ।
ରାଜ୍ୟ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
- Hits: 181








