ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲା ରେ ଇ ଭି ଏମ୍, ଭି ଭି ପାଟ ବ୍ୟବହାର ନିମନ୍ତେ ସଚେତନତା ରଥ ପରିକ୍ରମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୬/୦୧୦୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଇ ଭି ଏମ୍, ଭି ଭି ପାଟ ବ୍ୟବହାର ସମ୍ବନ୍ଧିତ ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ଓ ମୁନିସିପାଲିଟି ର 854 ଟି ଲୋକେସନ ରେ ପରିକ୍ରମା କରି ଭୋଟର ମାନଙ୍କୁ ଇ ଭି ଏମ୍ ରେ ଭୋଟ ଦାନ ସହ ବ୍ୟବହାରିକ କରାଇବ।ଗୋଟିଏ ଷ୍ଟେସନ ରେ ଏହି ରଥ 90 ମିନିଟ୍ ରହି ଭୋଟର ମାନଙ୍କୁ ବୁଝାଇବ ଓ ପ୍ରତ୍ୟେକ ଦିନ 3ଟି ରୁ 4 ଟି ପୋଲିଂ ଷ୍ଟେସନ୍ ପରିକ୍ରମା କରିବ।ଜଗତସିଂହପୁର ପୌର ପରିଷଦ ରେ ଏହି ରଥ ଶୁଭାରମ୍ଭ ଅବସରରେ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର କର୍ଣ୍ଣ, ସହକାରୀ ଜିଲ୍ଲାପାଳ ଶ୍ରୀ ରାଜେଶ କୁମାର ସାହୁ, କଳ୍ପିତା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ପୌର ପରିଷଦକର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault