ହେଡଲାଇନସ୍:

ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ର ଉଦଘାଟନ ଉତ୍ସବ ଓ ସଚେତନତା ରଥ ପରିକ୍ରମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା-୧୬/୦୧୦୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥ କୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଓ ଜିଲ୍ଲାପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସୁସଜ୍ଜିତ ରଥ ଜିଲ୍ଲା ର ପ୍ରତ୍ୟେକ ସେଚାଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ପାଣି ପଞ୍ଚାୟତ ର ଆଭିମୁଖ୍ୟ ଓ ଚାଷୀ ପଞ୍ଜୀକରଣ ବାର୍ତ୍ତା ମାଧ୍ୟମରେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି, ପ୍ରତ୍ୟେକ ସଭ୍ୟ ଙ୍କ ମଧ୍ୟରେ ଉତ୍ତମ ଜଳ ବଣ୍ଟନ, ବାର୍ଷିକ ଫସଲ ଖସଡା ପ୍ରସ୍ତୁତି ଓ କାର୍ଯ୍ୟକାରିତା ,ପଞ୍ଚାୟତ ସଭ୍ୟ ମାନଙ୍କ ନିମନ୍ତେ ତାଲିମ ଓ କ୍ଷେତ୍ର ପରିଦର୍ଶନ ର ବ୍ୟବସ୍ଥା ଆଦି ସମ୍ଵନ୍ଧରେ ସଚେତନ କରାଇବ।ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଏହି ରଥ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇବ।ଏହି ଉଦଘାଟନୀ ଉତ୍ସବ ଅବସରରେ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜଗତସିଂହପୁର ଜଳ ସେଚନ ବିଭାଜନ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ନାୟକ, ମହାନଦୀ ଦକ୍ଷିଣ ବିଭାଜନ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ରାଜେଶ ଚନ୍ଦ୍ର ମହାନ୍ତି, ଅନ୍ୟ ସହକାରୀ ଯନ୍ତ୍ରୀ ତଥା ପାଣି ପଞ୍ଚାୟତ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

0
0
0
s2sdefault