ହେଡଲାଇନସ୍:

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ " ବାଳିକାମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ " ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ " ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ " ଉଦ୍‌ଘାଟିତ ହୋଇଯାଇଛି l ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂଯୋଜିକା ରୁନିଵାଳା ତ୍ରିପାଠୀ ସଂଯୋଜନା କରିଥିଲେ l ଯୁବ ରେଡ଼କ୍ରସ ଉପଦେଷ୍ଠା ସୁଶାନ୍ତ କୁମାର ଲେଙ୍କା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ସୂଚୀ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ l ମାଷ୍ଟର ଟ୍ରେନର ଅର୍ଚ୍ଚନା ବିଶ୍ୱାଳ , ସୁରଭି ବେହେରା ଏବଂ ବର୍ଷା ରାଣୀ ସ୍ୱାଇଁ ମଂଚାସୀନ ରହି କାର୍ଯ୍ୟକ୍ରମର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ l ଶେଷରେ ପ୍ରତିପାଦିକା ଭାରତୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥଲେ l ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରମୁଖ ପି ଦୀପକ ରାଓ, ସଞ୍ଜୟ ସାହୁ ,ତ୍ରିନାଥ ବେହେରା, ବିଭୁତି ଭୂଷଣ ଗୌଡ଼, ସୌମେନ୍ଦୁ ପଣ୍ଡା ,ପିଙ୍କି କୁମାରୀ ପଲାଇ, ପଦ୍ମ ଚରଣ ନାୟକ, ବଳରାମ ଗୌଡ଼, ରମେଶ ଚନ୍ଦ୍ର ବିଶୋଇ , ସିମାଞ୍ଚଳ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

0
0
0
s2sdefault