ହେଡଲାଇନସ୍:

୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା,୧୫/୦୧( ରୋହିତ କୁମାର ନାଏକ )-୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଡା. ନିବେଦିତା ସାହୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସବିତା ପଟ୍ଟନାୟକ, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଟେମଲାଲ ଦୁବେ, ସାମ୍ବାଦିକ ଦେବେନ୍ଦ୍ର ବିଶି ପ୍ରମୁଖ ଯୋଗ ଦେଇଥିଲେ। ମହିଳା ଉପକମିଟିର ଅଧ୍ୟକ୍ଷା ଜ୍ୟୋତିରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପକମିଟିର ସହଅଧ୍ୟକ୍ଷା ଯାଜ୍ଞସେନୀ ବେହେରା, ଆବାହକ ପ୍ରୀତି ପଟ୍ଟନାୟକ, ପୁଷ୍ପମିତ୍ରା କାନୁନଗୋ, ରାଜଲକ୍ଷ୍ମୀ ଦାସ ପରିଚାଳନା କରିଥିବାବେଳେ ନୂପୁର ପଟ୍ଟନାୟକ, ବସନ୍ତ ପଟ୍ଟନାୟକ, ସୁକାନ୍ତି ସରାଫ, ସରୋଜା ମହାନ୍ତି, ସଂଯୁକ୍ତା ସା ପ୍ରମୁଖ ସହଯୋଗ କରିଥିଲେ। ଅନୁଷ୍ଠିତ ଝୋଟି ପ୍ରତିଯୋଗିତାରେ ରୋଜି ବେହେରା ପ୍ରଥମ, ଅମୃତାଞ୍ଜଳି ପଣ୍ଡା ଦ୍ବିତୀୟ, ସରୋଜିନୀ ସାହୁ ତୃତୀୟ, ହୁଳହୁଳିରେ ସୁବାସିନୀ ପାତ୍ର ପ୍ରଥମ, ଚନ୍ଦ୍ରକାନ୍ତି ଖୋସଲା ଦ୍ବିତୀୟ, ନିବେଦିତା ମହାନ୍ତି ତୃତୀୟ, ମେହେନ୍ଦୀ ପ୍ରତିଯୋଗିତାରେ ଭାଗ୍ୟଶ୍ରୀ ରାଉତ ପ୍ରଥମ, ସ୍ବର୍ଣ୍ଣପୁଷ୍ପା ଦୁର୍ଗା ଦ୍ବିତୀୟ, ଗାୟତ୍ରୀ ଗଉଡ଼ ତୃତୀୟ, ଶଙ୍ଖବାଦନରେ ଶାମୁକା ସାହୁ ପ୍ରଥମ, ଶୈଳବାଳା ବିଶ୍ବାଳ ଦ୍ବିତୀୟ, ଶଙ୍ଖସିନୀ ମୁଣ୍ଡ ତୃତୀୟ, ମ୍ୟୁଜିକ ଚେୟାରରେ ଶାରଦା ବେହେରା ପ୍ରଥମ, ସସ୍ମିତା ତ୍ରିପାଠୀ ଦ୍ବିତୀୟ, ଯଶୋବନ୍ତୀ ସାହୁ ତୃତୀୟ, ଭଜନରେ ପ୍ରତିଭା ରଥ ପ୍ରଥମ,ସଂଯୁକ୍ତା ସାହୁ ଦ୍ବିତୀୟ, ପ୍ରିୟମ୍ବଦା ମହାକୁଡ଼ ତୃତୀୟ, ଅନ୍ଧପୁଟୁଳି ପ୍ରତିଯୋଗିତାରେ କବିତା ପାଣିଗ୍ରାହୀ ପ୍ରଥମ, ଯଶୋବନ୍ତୀ ସାହୁ ଦ୍ବିତୀୟ, ସସ୍ମିତା ମେହେର ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ। ଏଇ ଅବସରରେ ଅନୁଷ୍ଠିତ ଝୋଟି ପ୍ରତିଯୋଗିତାର ବିଚାରକ ଭାବେ ମିନତୀ ବେହେରା, ଗୀତା ପଟ୍ଟନାୟକ, ସଂଯୁକ୍ତା ସା, ହୁଳହୁଳି ପ୍ରତିଯୋଗିତାର ବିଚାରକ ଭାବେ ସରୋଜା ମହାନ୍ତି, ଛନ୍ଦିତା ଦାସ, ହେମା ସାଠୁଆ, ମେହେନ୍ଦୀ ପ୍ରତିଯୋଗିତାର ବିଚାରକ ଭାବେ ସୁଲୋଚନା ପାଢୀ, ଗୁରଦୀପ କୌର, ମନୀଷା ଦାସ, ଶଙ୍ଖବାଦନ ପ୍ରତିଯୋଗିତାରେ ବିଚାରକ ଭାବେ ଛନ୍ଦିତା ଦାସ, ହେମା ସାଠୁଆ, ମମତା ତ୍ରିପାଠୀ, ମ୍ୟୁଜିକଚେୟାରରେ ବିଚାରକ ଭାବେ ବସନ୍ତ ପଟ୍ଟନାୟକ, ମନସା ଦାସ, ମମତା ତ୍ରିପାଠୀ, ଅନ୍ଧପୁଟୁଳିରେ ବିଚାରକ ଭାବେ ସରୋଜା ମହାନ୍ତି, କେ. ଇନ୍ଦିରା, ବସନ୍ତ ପଟ୍ଟନାୟକ, ଭଜନ ପ୍ରତିଯୋଗିତାରେ ବିଚାରକ ଭାବେ ସସ୍ମିତା ରଥ, ସସ୍ମିତା ମହାନ୍ତି, ନମିତା ମିଶ୍ର ପ୍ରମୁଖ ଦାୟିତ୍ବ ତୁଲାଇଥିଲେ।

0
0
0
s2sdefault