ହେଡଲାଇନସ୍:

ପାରବା ମଞ୍ଚରେ ଶିଶୁ ଘୁମୁରା ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁନିଆ ଦେଖିଲା ଶିଶୁ କଳାକାରଙ୍କ ଅଦମ୍ୟ ପ୍ରତିଭା

ଭବାନୀପାଟଣା,୧୫/୦୧( ରୋହିତ କୁମାର ନାଏକ )-କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଦ୍ବିତୀୟ ଦିବସରେ ଆଜି ପାରବା ମଞ୍ଚରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶିଶୁ କଳାକାରମାନଙ୍କୁ ନେଇ ଶିଶୁ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଉତ୍ସବ ଘୁମୁରା ଉପସମିତିର ଅଧ୍ୟକ୍ଷ ଗୌରାଙ୍ଗ ରାଉତ, ସକିତ ରତେ, ଦିଲିପ ଠାକୁର, ସୋମନାଥ ରାଜୁ, ବିଜୟ ପ୍ରଧାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚୈତନ୍ୟ ରାଉତ, ଭାରତଭୂଷଣ ଚଲାନ, ପ୍ରଦୀପ କୁମାର ଧଙ୍ଗଡ଼ାମାଝୀ ବିଚାରକ ଦାୟିତ୍ବ ତୁଲାଇଥିଲେ। ଏଇ ଅବସରରେ ଦୁଆରସୁନି ଦାମୋଦରପୁର ମାଁ ଆଦ୍ୟାଶକ୍ତି ଘୁମୁରା ଦଳ, ନର୍ଲା ଜବାହର ନବୋଦୟ ବିଦ୍ୟାଳୟ, ମଶାଣିବନ୍ଧ ସରସ୍ବତୀ ଶିଶୁ ମନ୍ଦିର ଘୁମୁରା ଦଳ, ମ. ରାମପୁର ଶ୍ରୀରାମକୃଷ୍ଣ ଆଶ୍ରମ, ଗୌନ୍ତିଆପଡ଼ା ମାଣିକେଶ୍ବରୀ ଘୁମୁରା ଦଳ, ବାଲଗୋପାଳ ସେବା ନିକେତନ, ଭବାନୀପାଟଣା ମ୍ୟୁନିସିପାଲ ହାଇସ୍କୁଲ ଘୁମୁରା ଦଳ ଭାଗ ନେଇଥିଲେ। ଏଥିରେ ନର୍ଲା ଜବାହର ନବୋଦୟ ସ୍କୁଲ ପ୍ରଥମ, ମ. ରାମପୁର ରାମକୃଷ୍ଣ ଆଶ୍ରମ ଦ୍ବିତୀୟ, ମ୍ୟୁନିସିପାଲ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।

0
0
0
s2sdefault