ହେଡଲାଇନସ୍:

ସାବାସ ଭବାନୀପାଟଣା ପୌର ପରିଷଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା,୧୫/୦୧( ରୋହିତ କୁମାର ନାଏକ )-କଳାହାଣ୍ଡି ଉତ୍ସବ ଅବସରରେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡ଼ିୟମ ପରିସରରେ ତିନିଶହ ପଚାଶରୁ ଅଧିକ ଷ୍ଟଲ, ପାଞ୍ଚଶହରୁ ଅଧିକ ଉଠାଦୋକାନୀ, ବୁଲା ବିକାଳୀଙ୍କ ସହିତ ପ୍ରଥମ ଦିନରେ ହିଁ ଲକ୍ଷାଧିକ ଜନସାଧାରଣଙ୍କ ସମାଗମ ଯୋଗୁଁ ଷ୍ଟାଡ଼ିୟମ ପରିସରରେ ବେଶ୍ ଅଳିଆ ଆବର୍ଜନା ଜମିଥିଲା। କିନ୍ତୁ ଆଜି ସକାଳୁ ସକାଳୁ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନଙ୍କ ନେତୃତ୍ବରେ କୋଡ଼ିଏରୁ ଅଧିକ ସଫେଇ କର୍ମଚାରୀ ଷ୍ଟାଡ଼ିୟମରୁ ଅଳିଆ ଆବର୍ଜନା ହଟାଇଥିଲେ। ସେହିପରି ଆଜି ଦିନତମାମ ସଫେଇ କର୍ମଚାରୀ ଜାଗତିଆର ଥିବା ଦେଖିବାକୁ ମିଳିଥିବାବେଳେ ଉତ୍ସବ ପଡ଼ିଆରେ ଧୂଳି ନିୟନ୍ତ୍ରଣ ପାଇଁ ଟ୍ୟାଙ୍କର ଯୋଗେ ପାଣି ସିଞ୍ଚନ କରାଯାଇଥିଲା। ପୌର ପରିଷଦ କର୍ତୃପକ୍ଷ ଏବଂ ସଫେଇ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯିବା ସହିତ ଅନେକେ କହିଛନ୍ତି ସାବାସ୍ ପୌର ପରିଷଦ।

0
0
0
s2sdefault