(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିଶ୍ଚିନ୍ତକୋଇଲି ଶାଖା ଅଧିନସ୍ତ ନିଶ୍ଚିନ୍ତକୋଇଲି ବ୍ଳକ ଜିଗ୍ନୀପୁର ସ୍ଥିତ ବଳଦେବଜୀଉ ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷ ଧାନ ମଣ୍ଡି ଶୁଭାରମ୍ଭ ହୋଇଛି । ସମିତିର ସମ୍ପାଦକ ମହମ୍ମଦ ଅମିନ୍ ଖାଁଙ୍କ ତତ୍ତ୍ୱାବଧାନରେ ସଭାପତି ଧିରେନ୍ଦ୍ରନାଥ ବେହେରା ମଣ୍ଡିକୁ ଉଦଘାଟନ କରିବା ପରେ ମୁରଲୀଧର ଆଗ୍ରୋ ମିଲରଙ୍କ ଦ୍ବାରା ୮ଜଣ ଚାଷୀ ଠାରୁ ୪ଶହ କ୍ୱିଣ୍ଟାଲ ଧାନ କିଣାଯାଇଛି l ଏହି ଉଦଘାଟନ ସମୟରେ ଆରଏମସି କର୍ମଚାରୀ ତାହେର ବକ୍ସ, ମିଲ କର୍ମଚାରୀ ଜଗନ୍ନାଥ ପ୍ରଧାନ, ଡ଼ିଇଓ ମିହିର ତାହେର ଅଲ୍ଲୀ,ସମିତିର ସଭ୍ୟ ପ୍ରମୋଦ କୁମାର ବେହେରା, ପ୍ରଫୁଲ୍ଲ କୁମାର ପୃଷ୍ଟି, ପୂର୍ଣ୍ଣାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଅସୁରେଶ୍ଵର ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷ ଧାନ ମଣ୍ଡି ଶୁଭାରମ୍ଭ ହୋଇଛି । ସମିତିର ସମ୍ପାଦକ କୈଳାସ ବାରିକଙ୍କ ନେତୃତ୍ୱରେ ସଭାପତି ମନୋରଂଜନ ଭୂୟାଁ ମଣ୍ଡିକୁ ଉଦଘାଟନ କରିଥିଲେ । ଚଳିତବର୍ଷ ମୋଟ ୪୧୨ ଜଣ ଚାଷୀ ଧାନ ଦେବା ପାଇଁ ପଞ୍ଜିକୃତ କରିଥିଲାବେଳେ ପ୍ରଥମ ଦିନରେ ୨୨ଜଣ ଚାଷୀ ୬୫୦ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ଏଥିରେ ସରପଞ୍ଚ ଚିତ୍ତରଞ୍ଜନ ମଲିକ, ବିଜୟ ବଳ, ଅନନ୍ତ ଦାସ, ଶାରଦା ପ୍ରସନ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ପାଇକରାପୁର ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ସମିତି ପରିଚାଳନା କମିଟିର ସଭାପତି ଅଭିରାମ ମଲ୍ଲଙ୍କ ପୌରହିତ୍ୟରେ ଉକ୍ତ ମଣ୍ଡିକୁ ଚାଷୀ ପ୍ରଭାକର ମିଶ୍ର, ଅଚ୍ୟୁତାନନ୍ଦ ଓଝା ଓ କ୍ଷେତ୍ରବାସୀ ସାମଲ ପ୍ରମୁଖ କଣ୍ଟା ପୂଜାରେ ଉପସ୍ଥିତ ହୋଇଥିଲେ। ସମିତିର ସମ୍ପାଦକ ବିଶ୍ୱଭୂଷଣ ସାଇଁ ଚଳିତ ବର୍ଷ ମଣ୍ଡିରେ ଧାନ କିଣିବା ପାଇଁ ସରକାରୀ ନିୟମ ସଂକ୍ରାନ୍ତରେ ଅବଗତ କରାଇ ବର୍ଦ୍ଧିତ ମୂଲ୍ୟରେ କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ ୨୧୮୩ ଟଙ୍କା ରଖାଯାଇଥିବା ପ୍ରକାଶ କରିଥିଲେ । ସମିତିର ସଭ୍ୟ ବିଶ୍ଵଜିତ ରାଉତ, ଉପସଭାନେତ୍ରୀ ବିଣାପାଣୀ ସାମଲ, ହିମାଂଶୁ ଶେଖର ପୃଷ୍ଟି, ଅନନ୍ତକିଶୋର ଓଝା, ପବିତ୍ରମୋହନ ପ୍ରଧାନ, ମାନସରଂଜନ ଭୂୟାଁ, ଧ୍ରୁବଚରଣ ବେହେରା, ସରୋଜ କୁମାର ବେହେରା, ଡ଼ିଇଓ ଚିନ୍ମୟ ଲେଙ୍କା ଓ କରୁଣାକର ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇଥିଲେ । ଚଳିତବର୍ଷ ମୋଟ ୩୨୫ ଜଣ ଚାଷୀ ଧାନ ଦେବା ପାଇଁ ପଞ୍ଜିକୃତ କରିଥିଲାବେଳେ ପ୍ରଥମ ଦିନରେ ୧୮ଜଣ ଚାଷୀ ୫୯୯ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ସେହିପରି ଭାବେ ନିଶ୍ଚିନ୍ତକୋଇଲି ଶାଖା ଅଧିନରେ ଥିବା ଅଚ୍ୟୁତାନନ୍ଦ କୃଷି ରୁଣ ସମବାୟ ସମିତି ଓରିକଣ୍ଟା ଆନୁକୂଲ୍ୟରେ ଚଳିତ ବର୍ଷର ଧାନ ମଣ୍ଡିତ ଉଦଘାଟିତ ହୋଇଛି। ସମିତିର ଭାରପ୍ରାପ୍ତ ସମ୍ପାଦକ ଶିଶିର କୁମାର ସାଇଁଙ୍କ ପୌରହିତ୍ୟରେ ଏଥିରେ ସମିତିର ସଭାପତି ଅଚ୍ୟୁତାନନ୍ଦ ଦାସ ଯୋଗ ଦେଇ ମଣ୍ଡିର ଶୁଭାରମ୍ଭ କରିଥିବା ବେଳେ ଉପସ୍ଥିତ ଚାଷୀମାନଙ୍କୁ ଧାନ କିଣା ସମୟରେ ସରକାରଙ୍କ ନୀତିନିୟମକୁ ମାନିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ସଭ୍ୟ ରତିକାନ୍ତ ଭୂୟାଁ, ଚନ୍ଦ୍ରକାନ୍ତ ପରିଡ଼ା, କାଳନ୍ଦୀଚରଣ ଭୂୟାଁ, ଶରତଚନ୍ଦ୍ର ସାମଲ,ପ୍ୟାଡ଼ି କମିଟିର ସଭାପତି ବିଶ୍ଵେନ୍ଦୁ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଆରଏମସି ପକ୍ଷରୁ ମାନ ନିର୍ଦ୍ଧାରକ ବ୍ରଜମୋହନ ପଣ୍ଡା ଚାଷୀମାନଙ୍କର ଧାନର ମାନ ତଦାରଖ କରିଥିଲେ ଏବଂ ଚଳିତବର୍ଷ ମୋଟ ୩୧୨ ଜଣ ଚାଷୀ ଧାନ ଦେବା ପାଇଁ ପଞ୍ଜିକୃତ କରିଥିଲାବେଳେ ପ୍ରଥମ ଦିନରେ ୧୨ଜଣ ଚାଷୀଙ୍କ ଠାରୁ ୪୮୦ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି ।
ରାଜ୍ୟ
ନିଶ୍ଚିନ୍ତକୋଇଲି ଶାଖା ଅଧିନ ଅସୁରେଶ୍ବର- ଜିଗ୍ନୀପୁର- ପାଇକରାପୁର-ଓରିକଣ୍ଟା ଧାନ ମଣ୍ଡି ଉଦଘାଟିତ l
- Hits: 196








