ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଡଙ୍ଗାଘାଟ ଠାରେ ବୁଢ଼ାରଜା କ୍ଲବ ଆନୁକୂଲ୍ଯରେ ଆୟୋଜିତ ବୁଢ଼ାରଜା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଚନ୍ଦ୍ର ଶେଖର ସାହୁ (ପପ୍ପୁ ) ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l
ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଙ୍କର୍ଷଣ ନାଗ, ସମିତି ସଭ୍ୟ ସୁଶାନ୍ତ ପାଣ୍ଡେ, ଗ୍ରାମର ବିଶିଷ୍ଟ ବ୍ୟକ୍ତି କ୍ଷୁଦ୍ରମଣି ପାଣ୍ଡେ, ଦୁଃଖୀଶ୍ଯାମ ପଟେଲ, ପ୍ରସନ୍ନ ମହାପାତ୍ର, ଫଗନୁ ମେହେର, ପ୍ରମୂଖ ଯୋଗଦାନ କରିଥିଲେ l ଫାଇନାଲ୍ ମ୍ୟାଚ୍ ରେ ବରଭଟା ଦଳ ଦହିତା ପେନାଲ୍ଟି ୪-୨ ଗୋଲ୍ ରେ ପରାସ୍ତ କରି ଚମ୍ପିୟନ ହୋଇଥିଲା l ବୁଢ଼ାରଜା କ୍ଲବ ର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ପରିଚାଳନା ରେ ସହଯୋଗ କରିଥିଲେ l








