ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ଦିନ ତପ୍ତପାଣି ଉଷ୍ମ ପ୍ରସବଣ ଠାରେ ପାରଳାଖେମୁଣ୍ଡି ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ ଙ୍କ ଆହ୍ୱାନ କ୍ରମେ ଏକ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ତପ୍ତପାଣି ଉଷ୍ମ ପ୍ରସବଣ କୁ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ ନିକଟସ୍ଥ ଦୋକାନ ଓ କମିଟିର ସଦସ୍ୟ ମାନଙ୍କୁ ଏହାର ଭୂମିକା ଓ ଦାୟିତ୍ୱ ବିଷୟରେ ସଚେତନତା କରଯାଇଥିଲା।
ତପ୍ତପାଣି ଉଷ୍ମ ପ୍ରସବଣ ଠାରେ ଭିତର ପାଖରେ ଏବଂ ଆଖପାଖ ଅଞ୍ଚଳରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ସହ ପରିବେଶ କୁ ସଫା ସୁତୁରା କରଯାଇଥିଲା। ଏଥିପାଇଁ ନିକଟସ୍ଥ ଆଖପାଖ ଦୋକାନ ଗୁଡ଼ିକରେ ବନ ବିଭାଗ ତରଫରୁ ଡଷ୍ଟବିନ ପ୍ରଦାନ କରଯାଇଥିଲା।
ଯାହାକି ଆଗାମୀ ଦିନରେ ଉକ୍ତ ଅଞ୍ଚଳରୁ ପ୍ଲାଷ୍ଟିକ ମୁକ୍ତ କରାଯାଇପାରିବ। ଆଜିର ଏହି ପ୍ଲାଷ୍ଟିକ ମୁକ୍ତ ଅଭିଯାନ ରେ ସ୍ଥାନୀୟ ଏନ ଜି ଓ , ବିଭିନ୍ନ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକ , ମନ୍ଦିର ପରିଚାଳନା କମିଟି , ତପ୍ତପାଣି ବଜାର କମିଟିର ସଦସ୍ୟ , ସ୍କୁଲ ର ଛାତ୍ର ଛାତ୍ରୀ , ବନ ବିଭାଗ ତରଫରୁ ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ , ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ , ସମସ୍ତ ବନାଞ୍ଚଳ ଅଧିକାରୀ ଏବଂ ସମସ୍ତ ଜଙ୍ଗଲ ସୁରକ୍ଷା କର୍ମୀ ଅଂଶ ଗ୍ରହଣ କରିଥିଲେ।
ଶେଷରେ ତପ୍ତପାଣି ମୃଗ ବିହାର ଠାରେ ଚଳିତ ବର୍ଷ ଜଙ୍ଗଲରେ ନିଆଁ କୁ କେମିତି ଆୟତ୍ତ କରାଯିବ ସେଥିପାଇଁ ପାରଳାଖେମୁଣ୍ଡି ବନଖଣ୍ଡ ର ସମସ୍ତ ଜଙ୍ଗଲ ସୁରକ୍ଷା କର୍ମୀ ଙ୍କୁ ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ ଏବଂ ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ ଏକ ଦକ୍ଷତା ତାଲିମ ପ୍ରଦାନ କରିଥିଲେ।
ରାଜ୍ୟ
ପାରଳାଖେମୁଣ୍ଡି ବନ ବିଭାଗ ଦ୍ବାରା ତପ୍ତପାଣି ଉଷ୍ମ ପ୍ରସବଣ ଠାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ
- Hits: 283








