(ମାହାଙ୍ଗା -ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ରେ ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଚଳିତ ଜାନୁୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକୃତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ନୂତନ ଉନ୍ମାଦନାର ସହ ଜଗନ୍ନାଥ ପ୍ରେମୀ ମାନେ ପ୍ରତ୍ୟେକ ଗ୍ରାମ ଓ ପଢ଼ାରେ ଜଗନ୍ନାଥ ରଥ ଅନୁରୂପ (ଅର୍ପଣ ରଥ) ସହ ସଂକୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ନିଜକୁ ଜଗନ୍ନାଥଙ୍କ ସେବାରେ ହଜାଇ ଦେଇଛନ୍ତି । ଏହି ଅବସରରେ ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ଭବ୍ୟ ସମାରୋହରେ ଉଦଯାପିତ ହୋଇଯାଇଛି l ଗ୍ରାମ ବାସୀମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ନିଜ ଘରୁ ଅକ୍ଷତ ଅରୁଆ ଚାଉଳ ଏବଂ ଗୋଟିଗୁଆ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ l ଏପରିକି କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ପାଟୁଆ, ଘୋଡା ନାଚ, ଲଉଡି ଖେଳ, ଓଡିଶୀ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମଗ୍ର ପରିବେଶକୁ ଜଗନ୍ନାଥ ଧାମରେ ପରିଣତ କରିଥିଲା l ମାହାଙ୍ଗା ବ୍ଲକ ସମଗ୍ର ଗୋତରା ପଂଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଜୟ ଜଗନ୍ନାଥ ଅର୍ପଣ ରଥ ସମଗ୍ର ପଞ୍ଚାୟତ ପରିକ୍ରମା କରିଛି l ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ପ୍ରଦୀପ୍ତ ବିଶ୍ୱାଳ, ସାମ୍ବାଦିକ ଶଶିଭୂଷଣ ଷଡ଼ଙ୍ଗୀ, ସ୍ମୃତିରଂଜନ କର, ଶଶାଙ୍କ ଶେଖର ବେହେରା, ପ୍ରେମାନନ୍ଦ ଷଡ଼ଙ୍ଗୀ,କ୍ଷୀରୋଦ ବେହେରା, ମହେନ୍ଦ୍ର ପତି, ଶ୍ରୀବତ୍ସ ବିଶ୍ଵାଳ, ଲକ୍ଷ୍ମୀଧର ବିଶ୍ଵାଳ, ସବିତା ପତି, ଶୁଭଲକ୍ଷ୍ମୀ ବଳ, ସକୁନ୍ତଳା ବିଶ୍ଵାଳ, ସଂଯୁକ୍ତା ବେହେରା, ବଳରାମ ରାଉତ, ରଂଜନ ସ୍ବାଇଁ ଓ ବିପ୍ରଚରଣ ରାଉତ ଙ୍କ ସମେତ ସମସ୍ତ ପଞ୍ଚାୟତ ବାସୀ ଯୋଗଦାନ କରି ସହଯୋଗ କରିଥିଲେ l ଏଭଳି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସ୍ଥାନୀୟ ଅଂଚଳବାସୀ ସାଧୁବାଦ ଜଣାଇଥିଲେ l
ରାଜ୍ୟ
ଆନନ୍ଦ ଉଲ୍ଲାସର ସହିତ ଗୋତରା ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ କାର୍ଯ୍ୟକ୍ରମ ଉଦଯାପିତ
- Hits: 397








