ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ଉଦଯାପିତ
ଓଡଗାଁ, ୧୪।୧(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ରବିବାର ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ସ୍ଥାନୀୟ ବିଦ୍ୟାଳୟ ସ୍ତରୀୟ ନୃତ୍ୟ ସଂଗୀତ ମାନଥିଲା ବେଶ୍ ଉଚ୍ଚକୋଟୀର । ସ୍ଥାନୟ ଅନୁଷ୍ଠାନ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗତ ୩ ଦିନ ଧରି ପରିବେଷିତ ଦଳଗତ ନୃତ୍ୟ ସଂଗୀତ ମାନଙ୍କ ମଧ୍ୟରୁ ବିଜୟୀ ୧୫ ଗୋଟି ଦଳ ୪ର୍ଥ ଦିବସରେ ପୁଣିଥରେ ନୃତ୍ୟ ସଂଗୀତ ପରିବେଷଣ କରିଥିବା ବେଳେ ବିଚାରକ ମାନଙ୍କ ନିଷ୍ପତ୍ତି ଅନୁସାରେ ସରସ୍ବତୀ ଡ୍ୟାନ୍ସ ଗୃପ ଓଡ଼ଗାଁ ଦ୍ବାରା ପ୍ରସ୍ତୁତ ରାବଣ ବଧ ଓ ରାମାଭିଶେକ ଦର୍ଶକଙ୍କୁ ଆତ୍ମବିଭୋର କରିବା ସହିତ ଓଡ଼ଗାଁ ମହୋତ୍ସବ ନୃତ୍ୟ ଶ୍ରୀ ସମ୍ନାନରେ ସମ୍ମାନିତ ହୋଇଥିଲେ । ଅନ୍ୟପକ୍ଷରେ ପକ୍ଷରେ ପଲ୍ଲିଶ୍ରୀ ମେଳାରେ ନୟାଗଡ଼ ଜିଲ୍ଲା ତଥା ଓଡ଼ଗାଁ ବ୍ଳକର ଷ୍ଟଲ ମାଧ୍ୟମରେ ଗହଳ ଲାଗିଥିବା ବେଳେ ଆଜିର ଅନ୍ତିମ ଦିବସ ମହୋତ୍ସବରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମହୋତ୍ସବର ଦିତୀୟ ପର୍ଯାୟ ସଭା ମଞ୍ଚରେ ସଭାପତି ପୂର୍ବତନ ସରପଞ୍ଚ ତଥା କ୍ରିଡାବିତ୍ ଦିବାକର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମଗ୍ର ଓଡ଼ିଶାରେ ଓଡ଼ଗାଁ ସହର ଦୃଢ ଓ ଦୃତ ପ୍ରଗତି ହୋଇଛି ଏଥିରେ ଦ୍ବୀମତ ନାହିଁ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମୁନିସପାଲଟି ଅଧ୍ୟକ୍ଷ ନିରୁପମା ଖଟେଇ, ନୟାଗଡ଼ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସମାଜ ସେବୀ ସୂର୍ଯ୍ୟନାରାୟଣ ଚୌଧୁରୀ ପ୍ରମୁଖଙ୍କ ଉପସ୍ଥିତ ରହିଥିବା ବେଳେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ଓ ନିତ୍ୟାନନ୍ଦ ପ୍ରଧାନ ମଞ୍ଚାସିନ ଥିଲେ । ଓଡ଼ଗାଁର ଅତୀତ ଏବଂ ଜିଲ୍ଲାର ବିକାଶ ପୁରୁଷ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନର ବିକାଶକୁ ତୁଳନାତ୍ମକ ଭାବେ ବିଚାର କରିବା ପାଇଁ ଅତିଥି ମାନେ ମତ ରଖିଥିଲେ ।
୪ ଦିନଧରି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମରେ ସରକାରୀ ଉପ୍ରା ବିଦ୍ୟାଳୟ ଦଣ୍ଡୋର ପ୍ରଥମ ସ୍ଥାନ, ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁ ଦିତୀୟ ସ୍ଥାନ ଏବଂ ସରକାରୀ ଉପ୍ରା ବିଦ୍ୟାଳୟ ମଶାବାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସିନିଅର ଗୃପରେ ବୈଦେହୀ ସଙ୍ଗୀତାୟନ ପ୍ରଥମ ସ୍ଥାନ, ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ କୁରାଳ ଦିତୀୟ ଏବଂ ରେସପ୍ଲସ ତୃତୀୟ ସ୍ଥାନ ସ୍ଥାନ ଅଧିକାର କରିଥିଲେ । ଏବଂ ଶେଷରେ ନିବେଦିତା ଅରକେଷ୍ଟ୍ରା ଗୃପ, ଭୁବନେଶ୍ବରରର ସଙ୍ଗିତକୁ ଦର୍ଶକ ଉପଭୋଗ କରିଥିଲେ । ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାସ, ପଞ୍ଚାନନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।








