ହେଡଲାଇନସ୍:

ନିରାମୟ ଉପଦେଷ୍ଟାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁର ପରିଦର୍ଶନ ଏବଂ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୪.୦୧.୨୦୨୩/ସୁମନ୍ତ କୁମାର ଦାସ: ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁର ପରିଦର୍ଶନ ଏବଂ ସମୀକ୍ଷା ବୈଠକ ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁର ପରିଦର୍ଶନ କରି ରୋଗୀ ଓ ସମ୍ପର୍କୀୟ ଠାରୁ ନିରାମୟ କେନ୍ଦ୍ର ସୁବିଧା ଓ ଅସୁବିଧା ସଂକ୍ରାନ୍ତରେ ପଚାରି ବୁଝିଥିଲେ ଏବଂ ଚିକିତ୍ସା ହେଉଥିବା ରୋଗୀଙ୍କ ନିକଟକୁ ଯାଇ ମାଗଣାରେ ଔଷଧ ମିଳୁଚିକି ନାହିଁ ପଚାରି ବୁଝିଥିଲେ।ଆମ ହସ୍ପିଟାଲ ଯୋଜନା ରେ ନିର୍ମାଣ ହୋଇଥିବା ନୂତନ ନିରାମୟ ସେଣ୍ଟର ପରିଦର୍ଶନ କରିଛନ୍ତି।ଏହା ପରେ ଉପସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ,ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ଅଜୟ କୁମାର ସ୍ୱାଇଁ, ସିନିୟର ଫାର୍ମାସିଷ୍ଟ ପ୍ରଭାତ ସାହୁ, ହସ୍ପିଟାଲ ମ୍ୟାନେଜର ସଚିନ କୁମାର ସାହୁ ଏବଂ ସସ୍ମିତା ସାହୁ ଙ୍କ ସହ ଆଲୋଚନା କରିଥିଲେ ଏବଂ ନିରାମୟ କେନ୍ଦ୍ରକୁ ପ୍ରତିଦିନ ଆସୁଥିବା ରୋଗୀଙ୍କୁ କିପରି ଅଧିକ ସହଜ ଏବଂ ସୁବିଧା ଯୋଗାଇ ଦିଆ ଯିବ ସେ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ।ନିରାମୟ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ବହୁ ଗୁରୁତ୍ୱପୂର୍ଣ୍ଣ ଔଷଧ ମିଳୁଥିବାରୁ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟମାନେ ଓଡିଶା ସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ।

0
0
0
s2sdefault