ହେଡଲାଇନସ୍:

୯୧ ଲିଟର ଦେଶୀମଦ ସହ ଚାରିଜଣ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ(ସେକ କୌସର ): ଶନିବାର ବାଲୁଗାଁ ଓ ଟାଙ୍ଗୀ ଅବକାରୀ ବିଭାଗ ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚାରିଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି।ସୂଚନା ମୁତାବକ ଅବକାରୀ ବିଭାଗ ବାଣପୁର ଥାନା ଅଂଚଳର ମଙ୍ଗରାଜ ବିଶ୍ୱାଳ ଠାରୁ ୩୦ ଲିଟର ମଦ ସହ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି, ଶୈଳବାଳା ମହାରଣା ଠାରୁ ୨୬ଲିଟର ସହ ବାଲୁଗାଁ ଥାନା ଅଂଚଳର ରଜତ ପଢିଆଳି ଓ ରମେଶ ପଢିଆଳୀଙ୍କ ଠାରୁ ୩୫ଲିଟର ଦେଶୀମଦ ଜବତ କରିବା ସହ ସମସ୍ତଙ୍କୁ କୋର୍ଟ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଟାଙ୍ଗୀ ଅବକାରୀ ଅଧିକାରୀ ନାରାୟଣ ଜେନା, ବାଲୁଗାଁ ଏଏସଆଇ ସୁମତି ମହାନ୍ତି ଓ କନଷ୍ଟେବଳ ତୁଷାର ଚମ୍ପତି, ଆଶିଷ ପ୍ରଧାନ, ଚିନ୍ମୟ ଦାସ ଚଢ଼ାଉରେ ସାମିଲ ଥିଲେ।

0
0
0
s2sdefault