"ସହଯୋଗ ଅତୁଟ ରହିଲେ ଉନ୍ନତିର ପଥ ସୁଗମ ହୋଇ ପାରିବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୪

ଓଡ଼ଗାଁ, ୧୧।୧ (ଶ୍ରୀକାନ୍ତ କୁମାର ମିଶ୍ର): ସହଯୋଗ ଅତୁଟ ରହିଲେ ଉର୍ଣ୍ଣତିର ପଥ ସୁଗମ ହୋଇପାରିବ ବୋଲି ଓଡ଼ଗାଁ ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ସଭା ମଞ୍ଚର ସଭାପତି ସମାଜସେବୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ଆଜିର ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ । ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ପାଇଁ ଉପସ୍ଥିତ ଜନସାଧାରଣ ନିମନ୍ତେ ସଭା କାର୍ଯ୍ୟକୁ ସ୍ଵଳ୍ପ କରାଯାଇଥିବା ବେଳେ ଏହାକୁ ସହଯୋଗ କରି ମଞ୍ଚାସିନ ଅତିଥି ମାନେ ଆସନ ଅଳଙ୍କୃତ କରିନଥିବା ଦେଖାଯାଇଥିଲା । ରାଜ୍ୟବାସୀଙ୍କ ମତାମତକୁ ଗ୍ରହଣ କରି ସରକାରଙ୍କ ଯୋଜନା ସ୍ଥିର ହୋଇଥାଏ । ଯେପରିକି ଆରାଧ୍ୟ ପ୍ରଭୁ ରଘୁନାଥ ଜିଉଙ୍କ ମନ୍ଦିର ସହିତ ଜାମୁପାଟଣା ଠାରେ ବିରାଜିତ ପ୍ରଭୁ ଦ୍ବିତୀକେଶ୍ବରଙ୍କ ପୀଠର ରୁପାନ୍ତରିକରଣର ଆରମ୍ଭ ହୋଇଛି । ଏବଂ ଏହାର କାର୍ଯ୍ୟ ଶେଷ ହେବା ପରେ ଏହି ପୂଣ୍ୟ ଭୁମି ଏକ ଉର୍ଣ୍ଣତ ତୀର୍ଥସ୍ଥଳୀ ଭାବେ ଯାତ୍ରୀଙ୍କ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ହୋଇପାରିବ। ଖବର ମାଧ୍ୟମରେ ଲୋକଲୋଚନକୁ ଆସିବା ପରେ ଚିରସ୍ରୋତା ପ୍ରାକୃତିକ ବରକନ୍ୟା ଝରଣାକୁ ଅନନ୍ୟ ପର୍ଯ୍ୟଟନ ସ୍ଥଳୀରେ ରୁପାନ୍ତରିଣ ପାଇଁ ସାଢେ଼ ୪ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର ଦେଇଥିବା ବେଳେ ବୁଢାବୁଢିଆଣୀ ବନ୍ଧକୁ ଆକର୍ଷିତ କରିବା ପାଇଁ ୧ କୋଟିରୁ ଉର୍ଦ୍ଧ୍ବ ଅର୍ଥ ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଖୁବଶୀଘ୍ର ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆକର୍ଷଣୀୟ ହୋଇ ପାରିବ । ଫଳରେ ପର୍ଯ୍ୟଟକଙ୍କୁ ପ୍ରାକୃତିକ ପରିବେଶ ସହିତ ଆଧ୍ୟାତ୍ମିକ କେନ୍ଦ୍ରର ପରୀଭ୍ରମଣ ଆତ୍ମ ସନ୍ତୋଷ ପ୍ରଦାନ କରିବ । ନିକଟରେ ଗମନାଗମନର ସୁବିଧା ପାଇଁ ପକ୍କା ସଡକ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଯାତ୍ରୀ ଏବଂ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଲେ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ବ୍ୟବସାୟ ବୃଦ୍ଧି ପାଇବା ଯୋଗୁଁ ଅଞ୍ଚଳ ବାସି ଲାଭବାନ ହୋଇପାରିବେ ବୋଲି ଗୁରୁବାର ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ଉଦଘାଟିନୀ ମଞ୍ଚରୁ ଭରପୁର ଦର୍ଶକ ମାନଙ୍କ ଉଦ୍ଦେଶ୍ୟରେ ମହୋତ୍ସବ କମିଟିର ସଭାପତି ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏହି ବାର୍ତ୍ତା ରଖିଥିଲେ । ଏହି ଅବସରରେ ଓଡ଼ଗାଁ ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଠାରୁ ଶ୍ରୀଜୀଉଙ୍କ ଆଜ୍ଞାମାଳ ସହ ମଶାଲ ଧରି ଏକ ବିଶାଳ ଶୋଭାଯାତ୍ରା ମହୋତ୍ସବ ସ୍ଥଳରେ ପହଞ୍ଚିବା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ନୟାଗଡ଼ ବିଧାୟକ ଡ. ସାହୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ
Imageବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ସମବାୟ ନିର୍ଦେଶକ ନିତ୍ୟାନନ୍ଦ ପ୍ରଧାନ, ଓଡ଼ଗାଁ ସମବାୟ ସମିତି ସଭାପତି ବିଭୁପ୍ରସାଦ ସାହୁ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଦାମୋଦର ଖିଲାର ପ୍ରମୁଖ ଯୋଗଦେଇ ମହୋତ୍ସବ ମାଧ୍ୟମରେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ଏକ ମାଧ୍ୟମ ବୋଲି ମତପ୍ରକାଶ ପାଇଥିଲା । ମହୋତ୍ସବ ସ୍ଥାନୀୟ ଅଞ୍ଚଳର ଶିକ୍ଷାନୁଷ୍ଠାନ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନୀ ଶିଳତାକୁ ପରିପୃଷ୍ଟ କରିଥାଏ । ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ମାନଙ୍କ ଦ୍ଵାରା ନୃତ୍ୟ ସଂଗୀତ ପରିବେଷଣ ହୋଇଥିଲା । ବିଦ୍ୟାଳୟ ସ୍ତରରେ ସରକାରୀ ଉଚ୍ଚ ବିଦ୍ୟାଳୟ କୋମଣ୍ଡ ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଦିତୀୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁନାମୁହିଁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ୱତୀ ଡ୍ୟାନ୍ସ ଏକାଡେମି ଓ ବୈଦେହୀ ସଙ୍ଗୀତାୟନ ଓଡ଼ଗାଁ ଉଦଯାପନ ସନ୍ଧ୍ୟାରେ ପୁଣି ଥରେ ନୃତ୍ୟ ପ୍ରଦର୍ଶନ ପାଇଁ ମନୋନୀତ ହୋଇଥିଲେ। ଭାବଗ୍ରାହୀ ମହାପାତ୍ର ସଂଯୋଜନା କରିଥିବା ବେଳେ ପଞ୍ଚାନନ ପଣ୍ଡା ଓ ରଞ୍ଜନ ଦାଶ ସହଯୋଗ କରିଥିଲେ। ନୟାଗଡ଼ର ରକଷ୍ଟାର ଡ୍ୟାନ୍ସ ଏକାଡେମି ଏବଂ ବଲାଙ୍ଗିରର ମେଲୋଡି ଜିଥିଲେ ଜୀବିକା ନୃତ୍ୟ ସଂଗୀତ ପରିବେଷଣ ବେଶ ଆକର୍ଷଣୀୟ ହୋଇପାରିଥିଲା । ୧୨ ତାରିଖ ମହୋତ୍ସବର ଦିତୀୟ ସନ୍ଧ୍ୟାରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କର କଳାକୃତି ପ୍ରଦର୍ଶନ ସହିତ ବିଣାପାଣି କଳାନିକେତନ କେଉଁଝର, ମାରୁତି ବଏଜ୍ ଫାୟାର ଗୃପ ପୁରୀ, ସରସ୍ବତୀ ଡ୍ୟାନ୍ସ ଏକାଡେମି ଓଡ଼ଗାଁ, ଶ୍ଳିପିକା ଆଣ୍ଡ ଟ୍ରାକ ସିଙ୍ଗର ଭୁବନେଶ୍ୱର ଦ୍ବାରା ନୃତ୍ୟ ସଂଗୀତ ପରିବେଷଣ ହେବ ବୋଲି ସୂଚନା ରହିଛି ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/