ବାପା ସମ୍ମୁଖରେ ୫ ବର୍ଷ ର ଶିଶୁ କୁ ମୁଣ୍ଡରେ ପଥର ଛେଚି ବିଭତ୍ସ ହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହତ୍ୟାପରେ ମୃତ ଶିଶୁ ର ହାତ ଗୋଡ କାଟି ଗାଁ ଦାଣ୍ଡରେ ବୁଲାଇଲେ ହତ୍ୟାକାରୀ ,ହତ୍ୟାକାରୀ ଗିରଫ

Imageଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ମେଣ୍ଡରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜଣେ ୫ ବର୍ଷ ର ଶିଶୁ କୁ ବାପା ସମ୍ମୁଖରେ ଅମାନୁସିକ ଭାବେ ସେହି ଗ୍ରାମ ର ଜଣେ ଯୁବକ ଅତି ନିର୍ମମ ଭାବେ ମୁଣ୍ଡରେ ପଥର ଛେଚି ହତ୍ୟା କରିଛି। ଶିଶୁ ଟି କୁ ହତ୍ୟା ପରେ ତାର ହାତ ଓ ଗୋଡ କୁ କାଟି ଗାଁ ଦାଣ୍ଡରେ ବୁଲାଇ ନିଜ ଘର କୁ ନେଇ ଯାଇଛି। ତେବେ ହତ୍ୟାକାରୀ ଯୁବକ କୁ ଡାବୁଗାଁ ପୁଲିସ ଧରିବାକୁ ସକ୍ଷମ ହୋଇଥିବା ବେଳେ ଯୁବକ କାହିଁକି ଏପରି ଜଘନ୍ୟ ହତ୍ୟାକାଣ୍ଡ କଲା ତାହା ଜଣାପଡି ନାହି।ମୃତ ଶିଶୁ ମେଣ୍ଡରା ଗ୍ରାମର ଶିବ ମନ୍ଦିର ର ପୂଜକ ସନାଧର ପୂଜାରୀ ଙ୍କ ପୁଅ ଚନ୍ଦନ ହୋଇଥିବା ବେଳେ ହତ୍ୟାକାରୀ ଯୁବକ ସେହି ମେଣ୍ଡରା ଗ୍ରାମର ଜଳ ସାନ୍ତା (୨୩) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡରା ଗ୍ରାମ ର ଶିବ ମନ୍ଦିର ପୂଜକ ସନାଧର ପୂଜାରୀ ପ୍ରତିଦିନ ପରି ଆଜି ମଧ୍ୟ ସକାଳେ ପୂଜା କରିବାକୁ ଗ୍ରାମ ନିକଟ ଏକ ଛୋଟ ପାହାଡ ଉପରେ ଥିବା ସରଧେଶ୍ୱର ଶିବ ମନ୍ଦିର କୁ ଯାଇଥିଲେ।ସାଥିରେ ଗ୍ରାମ ର ଦୁଇଜଣ ମଧ୍ୟ ମନ୍ଦିର କୁ ଯାଇଥିଲେ। ପୂଜକ ସନାଧର ଙ୍କ ଗୋଟିଏ ବୋଲି ପୁଅ ଚନ୍ଦନ ଅଳି କରିବାରୁ ତା ଅଜା ହରିଦାସ ସାଥିରେ ତାକୁ ଆଜି ଦିନ ୯ ଘଣ୍ଟ ସମୟରେ ଶିବ ମନ୍ଦିର ରେ ପୂଜା କରୁଥିବା ବାପା ନିକଟରେ ନେଇଥିଲେ।ତେବେ ପୂଜକ ସନାଧର ପୂଜା କାର୍ଯ୍ୟରେ ବ୍ୟେସ୍ତ ଥିବା ବେଳେ ମନ୍ଦିର ସମ୍ମୁଖରେ ଖେଳୁଥିବା ୫ ବର୍ଷର ପୁଅ ଚନ୍ଦନ କୁ ସେହି ମେଣ୍ଡରା ଗ୍ରାମ ର ଜଳ ସାନ୍ତା (୨୩) ଅଚାନକ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲା। ବାପା ସନାଧର ପୂଜାରୀ ପୁଅ ର ହତ୍ୟା ଦେଖି ଅଚେତ୍ ହୋଇଯାଇଥିଲେ। ଶିଶୁ କୁ ହତ୍ୟା ପରେ ହତ୍ୟାକାରୀ ଜଣକ ଅତି ବିଭତ୍ସ ଭାବେ ଶିଶୁର ଡାହାଣ ହାତ ଓ ବାମ ଗୋଡ ଛିଣ୍ଡାଇ ହାତରେ ଧରି ଗାଁ ଦାଣ୍ଡରେ ବୁଲି ନିଜ ଘର କୁ ଯାଇଥିଲା। ସନାଧର ର ଚେତା ଫେରିବା ପରେ ପୁଅର ରକ୍ତ ଜୁଡୁ ବୁଡୁ ମୃତ ଦେହ ଦେଖି ଚିତ୍କାର କରିଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ମନ୍ଦିର ନିକଟରେ ପହଂଚି ଥିଲେ । କିନ୍ତୁ ସେଠାରେ ଜଣେ ୫ ବର୍ଷ ର ନିଷ୍ପାପ ଶିଶୁ କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିଥିଲେ। ତୁରନ୍ତ ଗ୍ରାମବାସୀ ଡାବୁଗାଁ ପୁଲିସ କୁ ଏ ନେଇ ଖବର ଦେଇଥିଲେ।ଏହା ଅତି ସମ୍ବେଦଶୀଳ ଘଟଣା ହୋଇଥିବାରୁ ଏସ ପି ରୋହିତ ବର୍ମା, ଉମରକୋଟ ଏସ ଡି ପି ଓ ମଧୁସିକ୍ତା ମିଶ୍ର , ଡାବୁଗାଁ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ତଥା ସାଇନ୍ଟି ଫିକ୍ ଦଳ ପହଂଚିଥିଲେ। ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ହତ୍ୟାକାରୀ ଯୁବକ ଜଳ ସାନ୍ତା କୁ ମଧ୍ୟ ଗ୍ରାମ ରୁ ଗିରଫ କରିଛନ୍ତି। ତେବେ କାହିଁକି ଜଣେ ୫ ବର୍ଷ ର ଶିଶୁ କୁ ଜଳ ସାନ୍ତା ଏଭଳି ନୃଶଂସ ଭାବେ ହତ୍ୟା କଲା ତାହା ଜଣା ପଡି ନ ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛନ୍ତି।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/