ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ବିଜେପି ର ଡାବୁଗାଁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ମଡେଲ ସଭାପତି ଜେ ରାଜ ଶେଖର ରାଓ ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ଲୋକ ସଭା ପ୍ରଭାରୀ ମନିଜର ଆର୍ଯ୍ୟ, ଜିଲ୍ଲା ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ବରିଷ୍ଠ ବିଜେପି ନେତା ଦିବାନ୍ ସିଂ ପ୍ରମୁଖ ମଞ୍ଚାଷିନ ଥିଲେ। ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଡାବୁଗାଁ ମଣ୍ଡଳ ର ନୂତନ କାର୍ଯ୍ୟକାରୀ କମିଟି ର ସଦସ୍ୟ ଙ୍କ ନାମ ଜିଲ୍ଲା ସଭାପତି ଜଗଦୀଶ ବିଶୋଇ ଘୋଷଣା କରିଥିଲେ। ଏଥିରେ ଡାବୁଗାଁ ମଣ୍ଡଳ ର କାର୍ଯ୍ୟକାରୀ ସଭାପତି ଭାବେ ମନୋଜ କୁମାର ପାତ୍ର (ପପ୍ପୁ), ଉପ ସଭାପତି ନରେଶ ସିଂ ,ଯୁବ ମୋର୍ଚ୍ଚା ସଭାପତି ୱାଈ ରାଜ ଶେଖର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଲକ୍ଷ୍ମୀ ଜାନି, ଓବିସି ମୋର୍ଚ୍ଚା ସଭାପତି ମହୋନ ଦାସ ପୂଜାରୀ, କୃଷକ ମୋର୍ଚ୍ଚା ସଭାପତି ଜି କିରଣ କୁମାର, ତଥା ଏସ ଟି ମୋର୍ଚ୍ଚା ସଭାପତି ଭାବେ ଲଚୁ ଭତରା ଙ୍କ ନାମ ଘୋଷଣା କରିଥିଲେ। ଡାବୁଗାଁ ମଣ୍ଡଳ କାର୍ଯ୍ୟକାରିଣୀ ରେ ନୂତନ କର୍ମକର୍ତ୍ତା ଚୟନ ପରେ ଦଳ କୁ ସୁସଂଗଠିତ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ରେ ବୁଥ ସ୍ତରରୁ ଅଧିକ ସଂଗଠିତ କରିବା ନେଇ ଜିଲ୍ଲା ସଭାପତି ଜଗଦୀଶ ବିଶୋଇ କହିଥିଲେ।ବିଶେଷ କରି ଡାବୁଗାଁ ମଣ୍ଡଳ ର କାର୍ଯ୍ୟକାରୀ ସଭାପତି ଭାବେ ମନୋଜ ପାତ୍ର (ପାପ୍ପୁ) ଙ୍କ ନାମ ଘୋଷଣା ପରେ ବିଜେପି ଶିବିରରେ ଖୁସିର ମହୋଲ ଦେଖା ଦେଇଛି। ଅନ୍ୟ ମାନଙ୍କ ମଧ୍ୟରେ ରତନ କଲାର, ନରେଶ ସିଂ, ନରୁ ସିଂ,ବନ୍ଧୁ ମାଝୀ,ସ୍ଵାଧୀନ ପଟ୍ଟନାୟକ ସହ ଡାବୁଗାଁ ମଣ୍ଡଳ ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ରାଜ୍ୟ
ବିଜେପି ର ଡାବୁଗାଁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ :ମନୋଜ ପାତ୍ର ହେଲେ ଡାବୁଗାଁ ମଣ୍ଡଳ କାର୍ଯ୍ୟକାରୀ ସଭାପତି
- Hits: 266






