ହେଡଲାଇନସ୍:

ବିଧାୟକଙ୍କ ଦ୍ବାରା ବାହାଡାଝୋଲା-ସୁନାମୁହିଁ ରାସ୍ତାର ଶିଳାନ୍ୟାସ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୬ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ହେବ ଉନ୍ନତି କରଣ କାର୍ଯ୍ୟ

ଓଡ଼ଗାଁ, ୫।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ପୂର୍ତ୍ତ ବିଭାଗ ଅଧିନସ୍ଥ ବାହାଡ଼ାଝୋଲା-ସୁନାମୁଁହି ରାସ୍ତାର ଉନ୍ନତୀକରଣ ନିମନ୍ତେ ମଙ୍ଗଳବାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ସୁନାମୁଁହି କଲ୍ୟାଣମଣ୍ଡପ ନିକଟରେ ଶିଳାନ୍ୟାସ ଫଳକର ଉନ୍ମୋଚନ କରିଥିଲେ । ବାହାଡାଝୋଲା-ସୁନାମୁହିଁ ରାସ୍ତାରେ ବହୁ ଖାଲଖମା କାରଣରୁ ସାଧାରଣ ଗମନାଗମନ କଷ୍ଟକର ହୋଇପଡିଥିଲା । ସ୍ଥାନୀୟ ଜନସାଧାରଣଙ୍କ ଦାବିକୁ ଗୁରୁତ୍ବ ଦେଇ ଉଭୟ ବିଧାୟକ ଏହାର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ସ୍ଥାନୀୟ ଜନସାଧାରଣ ଦାବିକୁ ଗୁରୁତ୍ବ ପ୍ରଦାନ କରି ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ୧୬ କୋଟି ୪୫ ଲକ୍ଷ ଟଙ୍କା ଉକ୍ତ ରାସ୍ତା ନିମନ୍ତେ ଅନୁମୋଦନ ମିଳିଥିଲା । ୧୦ କି.ମି ରାସ୍ତାର ଉନ୍ନତିକରଣ ରାଜ୍ୟ ସରକାରଙ୍କ ବିକାଶର ଅନ୍ୟ ଏକ ପ୍ରତୀକ ହେବ ବୋଲି କୁହାଯାଇଛି।

0
0
0
s2sdefault