ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ' ନୂଆ-ଓ ' ପାଇଁ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୪.୧୨.୨୦୨୩/ସୁମନ୍ତ କୁମାର ଦାସ: ଆସନ୍ତା ୨୨.୧୨.୨୦୨୩ ରିଖରେ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି 'ନୂଆ -ଓ ' ଯୁବ ମହୋତ୍ସବ। ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଆଜି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀମତି ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ କାର୍ଯ୍ୟ ସୂଚୀ ଅନୁସାରେ ସମସ୍ତ ବିଷୟ ର ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଥମେ ବ୍ଲକ ଓ ପରେ ଜିଲ୍ଲା ସ୍ତରରେ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଗୋଷ୍ଠୀ ନୃତ୍ୟ (ଲୋକ ନୃତ୍ୟ, ଶାସ୍ତ୍ରୀୟ, ଆଧୁନିକ),ଏକକ ନୃତ୍ୟ (ଲୋକ ନୃତ୍ୟ, ଶାସ୍ତ୍ରୀୟ, ଆଧୁନିକ),ଗୋଷ୍ଠୀ ଓ ଏକକ ସଙ୍ଗୀତ(ଦେଶାତ୍ମବୋଧକ),ଏକକ ଅଭିନୟ/ଡ୍ରାମା (ସାମାଜିକ ବିଷୟ ବସ୍ତୁ, 10 ରୁ 15 ମିନିଟ୍),ରଙ୍ଗୋଲି,(ସର୍ବନିମ୍ନ5 ଜଣ), ଚିତ୍ରାଙ୍କନ(ବିଷୟ- ଇଣ୍ଡିଆ2047), କମେଡି, ଫ୍ୟାସନ ସୋ, ଏବଂ କ୍ରୀଡା ବିଭାଗ ରେ ହକି, ଫୁଟବଲ୍, ଭଲିବଲ୍, କ୍ରିକେଟ, କବାଡ଼ି ଖେଳା ରହିବ।ଆସନ୍ତା 11 ତାରିଖ ସୁଦ୍ଧା ବ୍ଲକ ସ୍ତରରେ ଓ 14 ଏବଂ 15 ତାରିଖ ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ର ସମାପନ ହେବ। ଜିଲ୍ଲା ସ୍ତରରେ ପ୍ରଥମ ହୋଇଥିବା ଦଳ ବା ପ୍ରାର୍ଥୀ 22 ତାରିଖ ଦିନ ନିଜର କଳା ପରିବେଷଣ କରିବେ। ଜିଲ୍ଲା ରେ ଥିବା 67 ଟି ମହାବିଦ୍ୟାଳୟ ମାନଙ୍କର ଅଧ୍ୟକ୍ଷ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ନାମ ଆସନ୍ତା 7 ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏହି ଚୟନ ପ୍ରକ୍ରିୟା ରେ ପୁଅ50% ଏବଂ ଝିଅ 50%ରହିବା ଜରୁରୀ । ପ୍ରତ୍ୟେକ ମହାବିଦ୍ୟାଳୟରେ ପିଲା ମାନଙ୍କ ସହିତ 2 ଜଣ ଗାଇଡ୍ ଶିକ୍ଷକ ଆସିବେ। 22 ତାରିଖରେ ହେବାକୁ ଥିବା ଏହି ଉତ୍ସବରେ 10,000 ପ୍ରତିଯୋଗୀ ହିଁ ଭାଗ ନେଇପାରିବେ, ସେଥିପାଇଁ କଲେଜ କର୍ତ୍ତୃପକ୍ଷ ଚୟନ ସମୟରେ ଧ୍ୟାନ ଦେବା ଦରକାର। କଲେଜ ର ସିଟ ଅନୁଯାୟୀ କେଉଁ କଲେଜ ରୁ କେତେ ଜଣ ଆସିବେ ତାହା ଜିଲ୍ଲା ସ୍ତରୀୟ କମିଟି ନିଷ୍ପତ୍ତି ନେବ। ସମସ୍ତ ମହାବିଦ୍ୟାଳୟ ମାନଙ୍କ ପିଲାମାନଙ୍କୁ ସମୟ ଅନୁସାରେ ଆଣି ପହଞ୍ଚାଇବା ପାଇଁ ଆବଶ୍ଯକିୟ ବସ ର ସୁବିଧା କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।22.12.23 ତାରିଖ ଦିନ ଏହି ଯୁବ ଉତ୍ସବ ସକାଳ 9 ରୁ ସନ୍ଧ୍ୟା 6 ପର୍ୟ୍ୟନ୍ତ ଚାଲିବ ଯେଉଁ ଥିରେ ପାରମ୍ପରିକ ଏହି ପ୍ରତିଯୋଗୀତା ସହିତ ଅତ୍ୟାଧୁନିକ ତଥା ସୃଜନାତ୍ମକ ପ୍ରତିଯୋଗିତା ଯେପରି କି ଲେଜର ସୋ, କୁକିଂ, ପାରାଗ୍ଲାଇଡିଙ୍ଗ,ହ୍ୟୁମାନ ଚେନ,ପ୍ରିଣ୍ଟିଂ ଅନ କପ,ମ୍ୟାଜିକ ସୋ ଆଦି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୁବ ପିଢି ଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଯୁବ ପ୍ରତିଭା ମାନଙ୍କ ସହିତ ସାକ୍ଷାତ ଆଲୋଚନା ମଧ୍ୟ କରାଯିବ ଯେଉଁ ଥିରେ ସେହି ମହାନ ପ୍ରତିଭା ମାନେ ନିଜର ଅଭିଜ୍ଞତା ବାଣ୍ଟିବେ ଓ ଭାଗ ନେଇ ଥିବା ଯୁବକ ଯୁବତୀ ସେମାନଙ୍କ ଠାରୁ କିଛି ଶିକ୍ଷା ଲାଭ କରିବେ।ଜିଲ୍ଲାପାଳ ଶ୍ରୀମତି ପଟାୱରି କହିଲେ ଯେ , ଯୁବପିଢ଼ି ମାନଙ୍କ ପ୍ରତିଭା ଅନ୍ଵେଷଣ କରିବାର ଏକ ଅଭିନବ ପଦକ୍ଷେପ ଓଡ଼ିଶା ସରକାରଙ୍କ 'ନୂଆ-ଓ' କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ସୁପରିଚାଳନା କରି ଏହାକୁ ସଫଳ କରିବା ପାଇଁ ସେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ। ଏହି ଉତ୍ସବରେ ଅନେକ ଜନସମାଗମ କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ, ଫାଷ୍ଟ୍ ଏଡ ସହ
ଅଗ୍ନିଶମ ବିଭାଗ କୁ ମଧ୍ୟ ସମସ୍ତ ଉପକରଣ ସହ ତତ୍ପର ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ କୁ ଦାୟିତ୍ଵ ଦିଆଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଚିନ୍ମୟୀ ବିଶ୍ଵାଳ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ପି ଡି ଡୁଡା, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ କ୍ଷେତ୍ରବାସୀ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ, ଜଗତସିଂହପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵବୀଜୟିନୀ ପଟ୍ଟନାୟକ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର କେରକେଟା,ଅଧୀକ୍ଷଣ ଯନ୍ତ୍ରୀ,ଜଳ ଯୋଗାଣ, ଶ୍ରୀ ପ୍ରଦୀପ କୁମାର ନାୟକ ତଥା ଅନ୍ୟ ବିଭାଗୀୟ ଅଧିକାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault