ହେଡଲାଇନସ୍:

୧୨ ତମ ଭୈରବୀ ନବୁଲ ଆୱାର୍ଡ଼ ସମ୍ମାନ : ସମ୍ମାନିତ ହେଲେ ଜିଲ୍ଲା ଟପ୍ପର ଓ ବ୍ଲକ୍ ର ପ୍ରଥମ ଦଶ ଜଣ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ହଲ୍ ପରିସର ରେ ଭୈରବୀ ନବୁଲ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ୧୨ ତମ ଭୈରବୀ ନବୁଲ ଆୱାର୍ଡ଼ ସମ୍ମାନ ଅନୁଷ୍ଟିତ ହୋଇ ଯାଇଛି। ଗତ ଦଶମ ଶ୍ରେଣୀ ପରୀକ୍ଷା ରେ ଭଦ୍ରକ ଜିଲ୍ଲା ର ପ୍ରଥମ ଙ୍କୁ ମାନ ପତ୍ର ସହ ପଚିଶ ହଜାର ଟଙ୍କା ଓ ବାସୁଦେବପୁର ବ୍ଲକ ଓ ପୌର ପରିଷଦ ର ପ୍ରଥମ ଦଶ ଜଣଙ୍କୁ ମାନପତ୍ର ସହ ପାଞ୍ଚ ହଜାର ଟଙ୍କା ଲେଖାଏଁ ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ଟ୍ରଷ୍ଟ ର ପ୍ରତିଷ୍ଠାତା ଖଗେନ୍ଦ୍ର ପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଏସ ଡି ପି ଓ ସୌରଭ ଓତା, ସମ୍ମାନିତ ଅତିଥି ଭାବେ ବାସୁଦେବପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ, ପ୍ରଧାନ ଶିକ୍ଷକ ପଦ୍ମନାଭ ଦାସ ଯୋଗ ଦେଇ ଥିଲେ। ସଭାପତି ରମେଶ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଟ୍ରଷ୍ଟ ର ପ୍ରତିଷ୍ଠାତା ଖଗେନ୍ଦ୍ର ପ୍ରସାଦ ମହାନ୍ତି ଟ୍ରଷ୍ଟ ର ଆଭିମୁଖ୍ୟ ଓ ଲକ୍ଷ୍ୟ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପାଦକ ଗୌତମ ଦାସ ବିବରଣୀ ପାଠ କରିଥିଲା ବେଳେ ସହ ସମ୍ପାଦକ ପୁରୁଷୋତ୍ତମ ବେହେରା ମାନ ପତ୍ର ପାଠ କରିଥିଲେ। ସଦସ୍ୟ ଶଶାଙ୍କ ଶେଖର ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାର୍ଥୀ ମାନେ ନିଜ ନିଜ ର ଲକ୍ଷ୍ୟ ସ୍ଥଳ ରେ ଆଗେଇ ଚାଲନ୍ତୁ, କଠିନ ପରିଶ୍ରମ ସଫଳତା ପ୍ରଦାନ କରିଥାଏ, ବୋଲି ଅତିଥି ମାନେ ବକ୍ତବ୍ୟ ରେ କହିବା ସହ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କ ର ଉତ୍ତମ କ୍ୟାରିୟରଓ ଉତ୍ତମ ଭବିଷ୍ୟତ କାମନା କରିଥିଲେ। ଏହିଭଳି ଏକ କାର୍ଯ୍ୟ କର୍ମ ଆୟୋଜନ ପାଇଁ ଭୈରବୀ ଟ୍ରଷ୍ଟ କୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। ଶେଷ ରେ ବିଦ୍ୟାର୍ଥୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟ କର୍ମ ରେ ଟ୍ରଷ୍ଟ ର ସଦସ୍ୟ ମହେଶ୍ୱର ଧଳ, ଚିରଞ୍ଜିବି ଭୋଇ, ସୁଶିଲ ଦଳାଇ, ରଶ୍ମି ପଲାଇ, ସୁବ୍ରତ ଧଳ ଙ୍କ ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ସଫଳ କରାଇ ଥିଲେ। ବାସୁଦେବପୁର ଅଞ୍ଚଳ ର ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ, ଅଭିଭାବକ ମାନେ ଉପସ୍ଥିତ ଥିଲେ।

0
0
0
s2sdefault