ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କୁନ୍ତରା ମାତୃକର୍ମଶାଳା ଶିଶୁ ବାଟିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା/ଅଜୟ ବାଘ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁନ୍ତରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କୁନ୍ତରା ଶିଶୁ ବାଟିକା ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କର୍ମଶାଳା ରେ ୪୪ ଜଣ ମାଆ ଉପସ୍ଥିତ ଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଜୟନାରାୟ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପରିଚାଳନା ସମିତି ସଦସ୍ୟ ଶ୍ରୀମତୀ ସଙ୍ଗୀତା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଏଥିରେ ପରିଚାଳନା ସମିତି ସମ୍ପାଦକ ଶ୍ରୀ ପ୍ରଶନ୍ନ କୁମାର ନାଏକ ମହୋଦୟ ମାତୃକର୍ମଶାଳାର ଉଦ୍ଦେଶ୍ୟ ଉପେର ମାର୍ଗଦର୍ଶନ ଦେଇଥିଲେ l ଉକ୍ତ ସଭାରେ ପରିଚାଳନା ସମିତି ସଭାପତି ଶ୍ରୀ ଅଯୋଧ୍ୟା କୁମାର ପଟେଲ ଓ ବିଦ୍ୱତ ପରିଷଦ ସଭାପତି ଶ୍ରୀ ନରେଶ ଚନ୍ଦ୍ର ପଟେଲ ଉପସ୍ଥିତ ଥିଲେ l ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ପୂର୍ଣଚନ୍ଦ୍ର ପୃସେଠ ଅତିଥି ପରିଚୟ କରିଥିବା ବେଳେ ବିଦ୍ୟାଳୟ ର କୋଷାଧକ୍ଷ ଶ୍ରୀ ପ୍ରଭାକର ପଟେଲ ଧନ୍ୟବାଦ ଜ୍ଞାପନ କରିଥିଲେ l ଶିଶୁ ବଟିକା ପ୍ରମୁଖ ଶ୍ରୀମତୀ ମୌସୁମୀ ନାୟକ ସଭା ପରିଚାଳନା କରିଥିଲେ l ଏଥିରେ ଆଚାର୍ଯ୍ୟ ସୁଶ୍ରୀ କ୍ରିଷ୍ଣା ଦେହୁରୀ ଓ ମଧୁସ୍ମିତା କ୍ଷୀର ମୁକ୍ତ କ୍ରିୟାକଳାପ କରିଥିଲେ l

0
0
0
s2sdefault