ଜଗତସିଂହପୁର ତା - ୯ . ୯ . ୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଖଏରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣସାହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ରାସ୍ତାର ସୁବିଧା ନଥିବାରୁ ପ୍ରାୟ କୋଡିଏଟି ପରିବାର ଲୋକମାନେ ବହୁତ ହଇରାଣ ହେଉଛନ୍ତି l ଲଗାତାର ବର୍ଷା ଯୋଗୁଁ ରାସ୍ତାରେ ଅବସ୍ଥା ନ କହିବା ଭଲ l ରୋଗୀମାନଙ୍କୁ ମେଡିକାଲ ନେବାକୁ ହେଲେ ଟେକୀକି ନେବାକୁ ପଡେ l ପିଲାମାନେ ସ୍କୁଲ, କଲେଜ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି l ଘରୁ ବାହାରି ବଜାରକୁ ସଉଦା ଆଣିବାକୁ ଯାଇ ପାରୁନାହାନ୍ତି l ଆଜିକାଲି ବିଂଶ ଶତାବ୍ଧି ମଣିଷବି ରାସ୍ତା ନଥିବାରୁ ଏମିତି ଦୟନୀୟ ଅବସ୍ଥାରେ ଜୀବନ ଜାପାନ କରୁଛନ୍ତି l ଯଦି ଗ୍ରାମବାସୀଙ୍କର ଯିବା ଆସିବା ପାଇଁ ଏକ ପକ୍କାରାସ୍ତା ହୋଇପାରନ୍ତା ତେବେ କୋଡିଏଟି ପରିବାର ଉପକୃତ ହୋଇପାରନ୍ତେ l
ରାଜ୍ୟ
ଗମନା ଗମନ ସୁବିଧା ପାଇଁ ପ୍ରଶାସନଙ୍କୁ ଗ୍ରାମବାସୀଙ୍କର ଅଭିଯୋଗ
- Hits: 241







