ଗାନ୍ଧୀ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା):- ମହିନ୍ଦ୍ରା ଫାଇନାନ୍ସ ଓ ଦେଓଗାଁ ସ୍ଥିତ ଗାନ୍ଧୀ ମହାବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଚନ୍ଦ୍ରିକା ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତା ତଥା ମହିନ୍ଦ୍ରା ଫାଇନାନ୍ସ ତରଫରୁ ସର୍ବଶ୍ରୀ ସରୋଜ ମହାପାତ୍ର,ରାହୁଳ ପଲେଇ,ପୃଥିବୀ ମହାନ୍ତି, ଦିବାକର ବିଶୋଇ, ବିମ୍ବା ସାହୁ, ଅଭିଜିତ,ଅଶୋକ, ଦିଲ୍ଲୀପ,ଚିତ୍ତ,ସୌରଭ,କୃଷ୍ଣ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମର ପରିଚାଳନା ରେ ସହଯୋଗ କରିଥିଲେ ।

0
0
0
s2sdefault