କାଶୀପୁର ଠାରେ ଅନ୍ତର୍ଜାତୀୟ ଶିକ୍ଷା ଦିବସ ପାଳିତ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଆଜି ଅନ୍ତର୍ଜାତୀୟ ଶିକ୍ଷା ଦିବସ ଧୁମଧାମରେ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝି,ଉପଧକ୍ଷା କୁନି କୁମାରୀ ନାଏକ , ସମିତି ସଭ୍ୟାକାଶୀପୁର ସୁମିତ୍ରା ନାଏକ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ କୁମାରୀ ଦୀପ୍ତି ମୟୀ ସିଂ ,ଅତିରିକ୍ତ ଶିକ୍ଷା ଅଧିକାରୀ କୁଳ ରଞ୍ଜନ ସୁନା ପ୍ରମୁଖ ଙ୍କ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଶିକ୍ଷା ଜନିତ ସଚେତନତା ପ୍ଲା କାର୍ଡ ଧରି ସହର ପରିକ୍ରମା କରି ଥିଲେ ।ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟାଳୟ ରେ ପହଞ୍ଚି କାର୍ଯ୍ୟକ୍ରମ ସ୍ଥଳରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦ୍ବୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।କାଶୀପୁର ଉଚ୍ଚ ବିଦ୍ୟାଳୟ ଏବଂ ଲାକରିସ ଆବାସିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପାରମ୍ପାରିକ ବେଶ ଭୁସା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ ନାଚ/ଗୀତ ପରିବେଷଣ କରିଥିଲେ। ସେହିପରି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟ ବକ୍ତା କୁମାରୀ ସିଂ ତଳଦିନରେ ଅଞ୍ଚଳରେ ଥିବା ଶିକ୍ଷା ବ୍ୟବସ୍ଥା ଓ ବର୍ତ୍ତମାନ ର ଶିକ୍ଷା ର ଅଗ୍ରଗତି ପୁଣି ଭବିଷ୍ୟତ ରେ ଶିକ୍ଷା ର ଆବଶ୍ୟକ ତା ଉପରେ ଆଲୋକପାତ କରିଥିଲେ । ପୁଣି କାଶୀପୁର ଭଳି ଅପହଞ୍ଚ ଅଞ୍ଚଳ ରେ ଶିକ୍ଷା ର ପ୍ରଗତି ପଥ ରେ ଥିବା ବର୍ତ୍ତମାନ ର କିଛି କୃତିତ୍ୱ ଥିବା ଜାତୀୟ ଓ ରାଜ୍ୟ ସ୍ତରର ବିଦ୍ୟାର୍ଥୀ ଓ ଅଧିକାରୀଙ୍କର ଉଦାହରଣ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ଅରୁଣ ନାଏକ ସମ୍ପୁର୍ଣ୍ଣ ଭାବେ ପରିଚାଳନା କରିଥିବା ବେଳେ ଶିକ୍ଷକ ମାନଙ୍କ ମଧ୍ୟରେ ଜିତେନ୍ଦ୍ର ବୈଦ୍ୟ ,ଅରୁଣ ଆଚାର୍ଯ୍ୟ ସହଯୋଗ କରିଥିଲେ ।

0
0
0
s2sdefault