ସାମ୍ବାଦିକଙ୍କ ପିତୃ ବିୟୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-09/09, -ଦୈନିକ ଖବର କାଗଜ ସମୟର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ଜଗନ୍ନାଥ ନାୟକଙ୍କ ପିତା କୈଳାସ ନାୟକ (52) ଆଜି ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି I କୈଳାସ ଆଜି ସକାଳେ ଅସୁସ୍ଥ ଅନୁଭବ କରିବା ସହିତ ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ସ୍ଥିତ ନିଜ ବାସଭବନରେ ପ୍ରାଣତ୍ୟାଗ କରିଥିଲେ I କୈଳାସ ଗ୍ରାମରେ ଜଣେ କଠିନ ପରିଶ୍ରମ କରୁ୍ଥିବା କୃଷକ ଭାବରେ ବେଶ୍ ପରିଚିତ ଥିଲେ I ସେ ଜଣେ ପରୋପକାରୀ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବରେ ଗ୍ରାମବାସୀଙ୍କ ପ୍ରିୟପାତ୍ର ଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ତାଙ୍କ ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ସୁଶାନ୍ତ ବେହେରା କୋଷାଧ୍ୟକ୍ଷ ବିଭୁପାଦ ଜେନା, ସଦସ୍ୟ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ନାୟକ, ସୁରେଶ ସୁବୁଦ୍ଧି, ଚନ୍ଦନ ସାହୁ, ମନୋରଞ୍ଜନ ମହାରଣା, ତୋଫାନ ସାହୁ, ସ୍ଥାନୀୟ ସରପଞ୍ଚ ସତ୍ୟବାନ ସ୍ୱାଇଁ, କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ସଂଗ୍ରାମ ମହାନ୍ତି, ଯୁବନେତା ଅମୀର୍ ଭୂୟାଁ ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ସ୍ଵର୍ଗତ କୈଳାସ ମର ଶରୀରରୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି I

0
0
0
s2sdefault