ସୌମ୍ୟଙ୍କୁ ଚେକ : ଭାପୂର ବ୍ଲକରେ ନୂଆ ସଭାପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ବିଜେଡିରେ ଝଡ ଚାଲିଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେଉଁ ମୁହୂର୍ତ୍ତରେ ହେବ ତାକୁ ଅପେକ୍ଷା ଥିବା ବେଳେ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକରେ ଦିଆଯାଇଛି ନୂତନ ନିଯୁକ୍ତି | ଜିତେନ୍ଦ୍ର କୁମାର ରଣସିଂହଙ୍କୁ ଜିଲ୍ଲା ବିଜେଡି ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶିବ ପ୍ରସାଦ ଷଢଙ୍ଗିଙ୍କୁ ଭାପୁର ବ୍ଲକ ବିଜେଡି ସଭାପତି ଓ ବେଣୁଧର ପ୍ରଧାନଙ୍କୁ ଭାପୁର ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି ବୋଲି ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ରିଲିଜ ରେ ସୂଚନା ଦେଇଛନ୍ତି |

0
0
0
s2sdefault